ରାଉରକେଲା, ରାଉରକେଲା ସହରର ବ୍ୟାଙ୍କ ଓ ରାସ୍ତାରେ ଏବେ ଖୋଲା ଖୋଲି ବୁଲୁଛନ୍ତି ଲୁଟେରା, ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଲୋକଙ୍କୁ ପିଛା କରି ରାସ୍ତାରେ ତାଙ୍କୁ ଭୁଆଁ ବୁଲାଇ ତାଙ୍କ ପାଖରେ ଥିବା ଟଙ୍କାକୁ ଲୁଟି ନେଉଛନ୍ତି। ସହରରେ ପୁଲିସ ଖାଲି ନାମକୁ ମାତ୍ର ପେଟ୍ରୋଲିଂ କରୁଛି ସେଥିପ୍ରତି ଏମାନଙ୍କର ଭୟ ନାହିଁ । ଏଭଳି ଏକ ଘଟଣା ଘଟିଛି ଉଦିତନଗର ଥାନା ଅଂଚଳରେ । ରାଉରକେଲା ଏସପିଙ୍କ ପାଖ ଓ ଥାନା ଠାରୁ ଅଳ୍ପ ଦୂରରେ ଅବସ୍ଥିତ କାନାଡା ବ୍ୟାଙ୍କ । ଏହି ବ୍ୟାଙ୍କକୁ ଫରେଷ୍ଟ କର୍ପୋରେସନର କର୍ମଚାରୀ ଦାଶରଥୀ ଷେଣ୍ଢ ଆସିଥିଲେ ଟଙ୍କା ଉଠାଇବାକୁ ଗତକାଲି ଦିନ ବେଳେ ସେ ଟଙ୍କା ଉଠାଇ ଘରକୁ ନିଜ ଆକ୍ଟିଭା ଗାଡିରେ ଯାଉଥିବା ବେଳେ ଉଦିତନଗର ଥାନା ଠାରୁ ଅଳ୍ପ ଦୂରରେ ସରକାରୀ ଅଫିସ ଅଂଚଳ ସିଂଘାସିନୀ ମନ୍ଦିର ପାଖରେ ୨ ଜଣ ଯୁବକ ତାଙ୍କୁ ଅଟକାଇ ଟଙ୍କା ପଡିଗଲା କହିବାରୁ ଦାଶରଥୀ ବାବୁ ଗାଡି ଅଟକାଇ ରାସ୍ତାରେ ପଡିଥିବା ଟଙ୍କା ଗୋଟାଉଥିବା ବେଳେ ମାତ୍ର କେଇ ମିନିଟ ଭିତରେ ସେହି ୨ଜଣ ତାଙ୍କ ଗାଡି ଡିକିରୁ ୪ ଲକ୍ଷ ୫୪ ହଜାର ଧରି ଛୁ ମାରିଥିଲେ । ଦାଶରଥୀ ଡିକି ଖୋଲା ଦେଖିବା ସହ ଟଙ୍କା ନଥିବା ଦେଖି ତୁରନ୍ତ ଉଦିତ ନଗର ଥାନାରେ ପହଁଚିଥିଲେ । ପୁଲିସ ତାଙ୍କ ଅଭିଯୋଗକୁ ଭିତି କରି ଅପରାଧୀଙ୍କୁ ଖୋଜୁଥିବା ଜଣାପଡିଛି । ଖାଲି ଏହି ମାମଲା ନୁହେଁ ବ୍ୟାଙ୍କ ଗୁଡିକ ଅଂଚଳରେ ଏହିଭଳି ବିଭିନ୍ନ ସମୟରେ ଅପରାଧୀ ମାନେ ବୁଲିବା ସହ ସୁବିଧା ଦେଖି ଲୋକଙ୍କୁ ଟାରଗେଟ କରୁଥିବା ଦେଖା ଯାଉଛି । ଖାଲି ଟଙ୍କା ଲୁଟ ନୁହେଁ, ଗରୀବ ଝିଅ ଯଦି ଅଭିଯୋଗ କରୁଛି ତାମୁହଁ ମଧ୍ୟ ବନ୍ଦ କରିଦିଆ ଯାଉଛି । ନିକିଟରେ ସ୍ମାର୍ଟ ସିଟି ଅଫିସ ର ଜଣେ ଇଂଜିନିଅର ବାବୁ ନିକଟ ଅଂଚଳର ଜଣେ ଯୁବତୀଙ୍କୁ ଚାକିରୀ କରାଇଦେବାକୁ କହି ନାନା କେଳେଙ୍କାରୀ କରିଥିବା ନେଇ ଉଦିତ ନଗର ଥାନାକୁ ଯୁବତୀ ଓ ତାର ପରିବାର ବର୍ଗ ଯାଇଥିଲେ। ହେଲେ ସେହି ମାମଲାରେ ଜଣେ ପ୍ରଭାବଶାଳୀ ଠିକାଦାର ଓ ନାମୀ ଖବରକାଗଜର ସାମ୍ବାଦିକ କହି ବଜାରରେ ବୁଲୁଥିବା ଜଣେ ସୁପର ଟାଉଟର ଏହି ମାମଲାରେ ପସି ସବୁକିଛି ପ୍ରଭାବିତ କରିଦେଇଥିବା ବିଷୟ ଏବେବି ଥମିନି । ପୁଲିସକୁ ପଚରା ଜିବାରୁ ପୁଲିସ କହିବା କଥା, ଏକ ରିପୋର୍ଟ ହୋଇଥିଲା ,ସେ ଅନୁଯାଇ ତଦନ୍ତ ବେଳେ କିଛି ବାହାରିଲା ନାହିଁ । ଯଦି ରିପୋର୍ଟ ହୋଇଥିଲା ତେବେ ମାମଲା ନକରି ଆଜିଯାଏ ପୁଲିସ ନିରବ କାହିଁକି ବୋଲି ଅନେକ ପ୍ରଶ୍ନ କରୁଥିବା ବେଳେ ଏହି ମାମଲାକୁ ଚପାଇ ଦିଆଗଲା ବୋଲି ଅଭିଯୋଗ ହେଉଛି । ସରକାର କହୁଛନ୍ତି ପୁଲିସ ଆପଣଙ୍କ ସେବାରେ ଏଠି କେଉଁ ପୁଲିସ କାହା ସେବାରେ ତାକୁ ବିଚାରକୁ ନିଆଜିବା ଉଚିତ ।