
ଖୋର୍ଦ୍ଧା, ବ୍ରିଟିଶ ଅମଳର ସେତୁ ଏବେ ବିପଦ ସଂକୁଳ ଅବସ୍ଥାରେ ।ଏହି ସେତୁ ଉପରେ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ଏପରିକି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଛାତ୍ର ଛାତ୍ରୀ ମାନେ ଏହି ସେତୁ ଦେଇ ଦୈନିକ ଯାତାୟାତ କରନ୍ତି । ହେଲେ ଏହାର ଅବସ୍ଥା ଏବେ ସଙ୍ଗୀନ ହୋଇଯିବାରୁ ଏହା ଏବେ ବିପଦ ସୃଷ୍ଟି କରିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଂଚଳରେ । ବ୍ଲକର ଗୋବିନ୍ଦପୁର ମୁସଲିମ ସାହି ନିକଟରେ ଏହି ସେତୁଟି ରହିଛି । ଏହାର ମରାମତି ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ହେଉଥିଲେ ମଧ୍ୟ ଏହାର କୌଣସି ସମାଧାନ ହେଉନଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରୁଛନ୍ତି । ତେଣୁ ଖୁବ ଶୀଘ୍ର ଏହାର ସ୍ଥାୟୀ ସମାଧାନ କରା ନ ଗଲେ ଆଗାମୀ ଦିନରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବ ବୋଲି ସ୍ଥାନୀୟ ଜନସାଧାରଣ ଚେତାବନୀ ଦେଇଛନ୍ତି । ଏପରିକି ଯଦି ଆଗାମୀ ଦିନରେ ଏହି ବ୍ରିଟିଶ ଅମଳର ସେତୁ ଉପରେ କିଛି ଅଘଟଣ ଘଟେ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସ୍ଥାନୀୟ ଅଂଚଳବାସୀ କହିଛନ୍ତି ।