ସାନଖେମୁଣ୍ଡି:ରାଜ୍ୟ ସରକାରଙ୍କ ସଂସ୍କାରଭିମୁଖି ଯୋଜନାର ଉପକ୍ରମରେ ଆୟୋଜିତ ହେଉଥିବା ମୋ ଗାଁରେ ତହସିଲ ଓ ମୋ ନିବେଦନ କାର୍ଯ୍ୟକ୍ରମ ମିଳିତ ଭାବେ ସତପେଣ୍ଠ ଗୋପାଳପୁର ପଞ୍ଚାୟତରେ ଅନୁଷ୍ଠିତ ହୋଇଅଛି l ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗାୟତ୍ରୀ ଦତ୍ତ ନାୟକଙ୍କ ମିଳିତ ଉପସ୍ଥିତିରେ ଆୟୋଜିତ ଆଜି ଜନ ଅଭିଯୋଗ ତଥା ଯୋଜନାର ସଫଳ ରୂପାୟନ ସମ୍ବନ୍ଧୀୟ ତର୍ଜମା କାର୍ଯ୍ୟକ୍ରମରେ ଉଭୟ ବିଭାଗର କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ରହି ବିଭାଗୀୟ ସେବା ପ୍ରଦାନ କରିଥିଲେ l ମିଳିଥିବା ତଥ୍ୟ ପ୍ରକାରେ ଆମ ଗାଁରେ ତହସିଲ କାର୍ଯ୍ୟକ୍ରମରେ ସର୍ବମୋଟ ୭୦ ଅଭିଯୋଗ ପଞ୍ଜିକରଣ ହୋଇଥିବା ସହ ମ୍ୟୁଟେସନ୍ ୬ , ପ୍ରମାଣପତ୍ର – ୧୬,ଅଭିଯୋଗ -୨୦ ଜିକେପି- ୧୦,ଆଜି ସଂଗୃହିତ ହେବା ସହ ପୂର୍ବ ପ୍ରସ୍ତୁତ -୧୬ ଗୋଟି ପଟ୍ଟା ବଣ୍ଟନ କରାଯାଇଥିଲା lସେହିପରି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସର୍ବମୋଟ ୨୪୯ ଗୋଟି ନିବେଦନ ଗୃହୀତ ହୋଇଅଛି l ତନ୍ମଧ୍ୟରୁ ଜନ ସୁରକ୍ଷା ଭତ୍ତା-୧୨,,ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା- ୧୫୭,ଗ୍ରାମ୍ୟ ଗୃହ ନିର୍ମାଣ -୮୦ ଗୋଟି ଆବେଦନ ଗୃହୀତ ହୋଇଅଛି l ଅନୁଷ୍ଠିତ ଏହି ଯୋଜନାରେ ପଞ୍ଚାୟତ ସରପଂଚ ଶ୍ରୀ ନିରାକାର ପ୍ରଧାନଙ୍କ ସହ ଅଞ୍ଚଳ ବୁଦ୍ଧିଜୀବୀ ଉପସ୍ଥିତ ରହିବା ସହିତ ପଞ୍ଚାୟତ ବିକାଶ ନେଇ ତର୍ଜମା କରିଥିଲେ l
ରିପୋର୍ଟ୍- ପ୍ରଫୁଲ୍ଲ ସାବତ