ଭୁବନେଶ୍ୱର – ରାଜ୍ୟରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସହ ପୁଷ୍ଟିକର ଖାଦ୍ୟ ଉପରେ ଗୁରୁତ୍ୱ ଦେବା ଦ୍ୱାରା ଅପପୁଷ୍ଟିକୁ ଦୂର କରାଯାଇପାରିବ ବୋଲି ଭାରତ ସରକାରଙ୍କ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷା ରିତା ତିଓତିଆ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ ଅବସରରେ ପ୍ରକାଶ କରିଛନ୍ତି । ଆଲୋଚନା ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ ସମାଜର ତଳସ୍ତରରେ ଥିବା ସାଧାରଣ ଲୋକଟିଏ ଯେମିତି ଭୋକିଲା ନରହେ ସେଥିପ୍ରତି ସରକାର ଅଙ୍ଗୀକାରବଦ୍ଧ । ଏହା ସହିତ ଖାଦ୍ୟ ପଦାର୍ଥର ଗୁଣାତ୍ମକ ମାନ ଓ ପୁଷ୍ଟିକର ତତ୍ୱ ଯେମିତି ବଜାୟ ରହେ ଏଥିପ୍ରତି ଗୁରୁତ୍ୱ ଦେଉଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ (ଫାସାଇ) ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ଶାଖା ଅଟେ ।
ଖାଦ୍ୟ ସୁରକ୍ଷା ଦିଗରେ ସାଧାରଣ ଲୋକ କିପରି ଉପକୃତ ହୋଇପାରିବେ ଏଥି ପାଇଁ ବ୍ୟାପକ ଜନସଚେତନତାର ଆବଶ୍ୟକତା ରହିଛି । ଏହା ଦ୍ୱାରା ଅପମିଶ୍ରଣକୁ ମଧ୍ୟ ରୋକା ଯାଇପାରିବ । ଖାଦ୍ୟ ସୁରକ୍ଷା ବ୍ୟବସ୍ଥାର ସଠିକ୍ ସଂ·ଳନ କରିବା ପାଇଁ ୩୦ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅଧିକ ଧ୍ୟାନ ଦେବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ । ଏହା ସହ ବ୍ୟବସ୍ଥାର ତଦାରଖ କରିବା ପାଇଁ ଅଧିକ ସଂଖ୍ୟକ କର୍ମ·ରୀ ନିଯୁକ୍ତି ଦେବାକୁ ସରକାର ନିଷ୍ପତି ନେଇଛନ୍ତି । ଫଳରେ ରାଜ୍ୟରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଜନସାଧାରଣଙ୍କ ନିକଟରେ ପହଂଚାଯାଇ ପାରିବ ।
ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଡା. ପ୍ରାମୋଦ କୁମାର ମେହେର୍ଦ୍ଧା, ଓଡ଼ିଶା ରାଜ୍ୟ ଔଷଧ ନିଗମର ପରି·ଳନା ନିଦେ୍ର୍ଧଶକ ଯାମିନୀ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
September 16, 2024