-
ପ୍ରତ୍ୟେକ ସାହିକୁ ଏକ ଲକ୍ଷ ଟଙ୍କା ପ୍ରୋତ୍ସହନ ମୂଳକ ରାଶି ପ୍ରଦାନ କରାଯିବ,
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସାହିଯାତ ପ୍ରସ୍ତୁତି ବୈଠକ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଆସନ୍ତା ୧୦ରୁ ୨୪ ତାରିଖ ମଧ୍ୟରେ ସାହିଯାତ ଅନୁଷ୍ଠିତ ହେବ । ପ୍ରତ୍ୟେକ ସାହିକୁ ଯାତ ନିମନ୍ତେ ଏକ ଲକ୍ଷ ଟଙ୍କା ପ୍ରୋତ୍ସହନ ମୂଳକ ରାଶି ପ୍ରଦାନ କରିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି । ଏହା ପୂର୍ବରୁ ସଂପୃକ୍ତ ରାସ୍ତା ମରାମତି ଓ ଆଲୋକୀକରଣ ନିମନ୍ତେ ପୌରସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ଆଇନଶୃଙ୍ଖଳା ନିମନ୍ତେ ଆବଶ୍ୟକୀୟ ପୁଲିସ ମୁତୟନ କରାଯିବ । ପାରସ୍ପରିକ ସହଯୋଗ ନିମନ୍ତେ ୮ ସାହି ଆଖଡାର ମୁରବି ମାନଙ୍କୁ ନେଇ କମିଟି ଗଠନ କରାଯିବ । ସଂପୃକ୍ତ ସାହି ଗୁଡିକ ଆଜି ରୁଟ ଚାଟ ପ୍ରଦାନ କରିବେ । ମେଢ ବାହାର କରିବା ନିମନ୍ତେ ସମୟ ନିର୍ଘଣ୍ଟ କରାଯିବ । ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ବୈଠକ ପରିଚାଳନା କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଡିଆଇବି ଇନିସପେକ୍ଟର ଶ୍ରୀମତୀ ଗାୟତ୍ରୀ ମିଶ୍ର, ୮ ସାହି ଆଖଡା ମୁରବି ପ୍ରମୁଖ ଉପସ୍ଥିତ ଥିଲେ ।