
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ବୁଧବାର କନକ ମଞ୍ଜରୀ ଫାଉଣ୍ଡେସନ ଦ୍ଵାରା କୃଷ୍ଣପ୍ରସାଦ ବ୍ଲକ ମାଲୁଦ ଠାରେ କିଓର୍ ବେ ହସ୍ପିଟାଲ ଶୁଭ ଉଦ୍ଘାଟନ କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା। ଶ୍ରୀ ଦାସ ବର୍ମା କହିଛନ୍ତି ଏହି ହସ୍ପିଟାଲ ହେବା ଫଳରେ ଗ୍ରାମାଞ୍ଚଳରେ ସ୍ଵାସ୍ଥ୍ୟ ସମସ୍ୟା ଦୂର ହୋଇପାରିବ। ଏହି କାର୍ଯ୍ୟକ୍ରମ ସମୟରେ ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବିଜୟ କୁମାର ତରେଇ ମାଲୁଦ ପଞ୍ଚାୟତ ସରପଞ୍ଚ ଗିତାଞ୍ଜଳି ଜେନା, ସମିତି ସଭ୍ୟ ମଧୁସ୍ମିତା ପଲାଇ, କିଓର୍ ବେ ନିର୍ଦେଶକ ପ୍ରିୟବ୍ରତ ମହାପାତ୍ର ଏବଂ ଶାଖା ପରିଚାଳକ ଆଶୁତୋଷ ପଣ୍ଡା ଉପସ୍ଥିତ ଥିଲେ।
ଏଥିସହିତ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ମାଲୁଦ ଠାରେ ନିର୍ମାଣଧିନ ଓଡିଶା ଆଦର୍ଶ ବିଦ୍ୟାଳୟ ବୁଲି ଦେଖିବା ସହିତ ବିଦ୍ୟାଳୟର କାର୍ଯ୍ୟ ଶିଘ୍ର ପୂର୍ଣ୍ଣାଙ୍ଗ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାସବର୍ମା। ଏହି ଗସ୍ତ ସମୟରେ ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବିଜୟ କୁମାର ତରେଇ ମାଲୁଦ ପଞ୍ଚାୟତ ସରପଞ୍ଚ ଗିତାଞ୍ଜଳି ଜେନା, ସମିତି ସଭ୍ୟ ମଧୁସ୍ମିତା ପଲାଇ ପ୍ରମୁଖ ଉପସ୍ଥିତ ଥିଲେ।