
ଭୁବନେଶ୍ୱର, ରାଜ୍ୟରେ ପୁଣି ବଢିଲା ବସ୍ ଭଡା । ଲଗାତାର ଭାବେ ତୈଳ ଦର ବଢ଼ୁଥିବାରୁ ଅଟୋମେଟେଡ୍ ମେକାନିଜମ୍ ମାଧ୍ୟମରେ ରାଜ୍ୟରେ ବସ୍ ଭଡ଼ା ବୃଦ୍ଧି ପାଇଛି । ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କି.ମି ପିଛା ୩ ପଇସା ଲେଖାଏଁ ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡା କିମି ପିଛା ୬ ପଇସା ଲେଖାଏଁ ବୃଦ୍ଧି ପାଇଛି । ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଦର ବୃଦ୍ଧି ପରେ ଅର୍ଡିନାରୀ ଭଡ଼ା କି.ମି ପିଛା ୮୭ରୁ ୯୦ ପଇସାକୁ ବୃଦ୍ଧି ପାଇଛି । ସେହିପରି ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୯୧ରୁ ୯୪ ପଇସାକୁ , ଡିଲକ୍ସ ବସ୍ ଭଡା ୧ ଟା ୨୫ ପଇସାରୁ ୧ ଟଙ୍କା ୩୧ ପଇସାକୁ ଓ ଏସି ଡିଲକ୍ସ ବସ୍ ଭଡା ୧ଟଙ୍କା ୫୩ ପଇସାରୁ ୧ ଟଙ୍କା ୫୯ ପଇସାକୁ ବୃଦ୍ଧି ପାଇଛି । ଅପରପକ୍ଷରେ ସୁପର ପ୍ରିମିୟମ୍ ବସ୍ ଭଡା ୨ ଟଙ୍କା ୩୮ ପଇସାରୁ ୨ଟଙ୍କା ୪୭ ପଇସାକୁ ବୃଦ୍ଧି ପାଇଛି ।