
ଭୁୁବନେଶ୍ୱର, ନୂଆପଡା ଜିଲ୍ଲାରେ ବିଭିନ୍ନ କୋର୍ଟ ବନ୍ଦ ରହିବା ପ୍ରସଙ୍ଗ ବୁଧବାର ଦିନ ବିଧାନସଭାରେ ଉଠିଛି । କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ।
ସେ କହିଛନ୍ତି ଯେ ଜଜ ମାନଙ୍କ ମଧ୍ୟରେ ବ୍ୟକ୍ତିଗତ ବିବାଦ କାରଣରୁ ନୂଆପଡା ଜିଲ୍ଲାର ବିଭିନ୍ନ କୋର୍ଟ ବନ୍ଦ ରହିଛି । ଫଳରେ ଦୂରଦୂରାନ୍ତରୁ କୋର୍ଟକୁ ଆସୁଥିବା ଲୋକ ମାନେ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ତେଣୁ ଏହି ମାମଲାର ଉଚ୍ଚ ସ୍ତରୀୟ ଜାଂଚ କରିବା ଆବଶ୍ୟକ ଯାହା ଫଳରେ ଲୋକ ମାନେ ନ୍ୟାୟରୁ ବଂଚିତ ହେବେ ନାହିଁ । ସେ ବାଚସ୍ପତିଙ୍କୁ ଏହି ମାମଲାରେ ରୁଲିଂ ଦେବାକୁ ଦାବି କରିଥିଲେ ।