
କନ୍ଧମାଳ – ରାଜ୍ୟ ଅନୁସୂଚିତ ଜାତି, ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ଦିନିକିଆ ଫୁଲବାଣୀ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ଓ କଲ୍ୟାଣ ବିଭାଗ ସ୍କୁଲ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ପ୍ରଥମେ ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ପରିଚାଳିତ ଇ ଲାଇବ୍ରେରୀ ବୁଲି ଦେଖିଥିଲେ । ସେଠାରୁ ସେ ପକନାଗାଁ ସ୍ଥିତ କଲ୍ୟାଣ ବିଭାଗର ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ । ପରେ ସେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା କାର୍ଯ୍ୟକାରି ହେଉଥିବା ବିଶିପଡା ପଂଚାୟତ ଅନ୍ତର୍ଗତ ମଲ୍କିକପଡାରେ ଲଗାଯାଇଥିବା ଆମ୍ବ ବଗିଚା ବୁଲି ଦେଖି ହିତାଧିକାରୀ ଚାଷୀଙ୍କୁ ସରକାରୀ ସହୟତା ସମ୍ବନ୍ଧରେ ପଚାରି ବୁଝିଥିଲେ । ସେଠାରୁ ସେ ମିଣିଆ ପଂଚାୟତର କଂଗେଇ ଡ୍ୟାମ ପରିଦର୍ଶନ କରି ସେଠାରେ ସଂସ୍ଥା ପ କ୍ଷରୁ ମାଛ ଚାଷ କରୁଥିବା ଏସଏଚଜି ଗୃପର ସଦସ୍ୟାମାନଙ୍କୁ ମାଛ ଚାଷ ବିଷୟରେ ପଚାରି ବୁଝି ଥିଲେ । । ସେଠାରୁ ଫେରିବା ରାସ୍ତାରେ କୁଡିପୁଞ୍ଜା ଆଶ୍ରମ ସ୍କୁଲକୁ ପରିଦର୍ଶନ କରିଥିଲେ । ପରିଦର୍ଶନ ବେଳେ ସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରବା ସହ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଓ ମେଟ୍ରାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁÂାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏହାପରେ ସେ ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରି ଦୁତିପଡା ସ୍କୁଲ ପରିଦର୍ଶନ କରି ଭୁବନେଶ୍ୱର ଫେରି ଯାଇଥିଲେ । ମନ୍ତ୍ରୀଙ୍କ ଆଜିର ଗସ୍ତବେଳେ ବିଧାୟକ ଅଙ୍ଗଦ କହଁର, ଜିଲ୍ଲା ପରିଷଦ ସଭାନେତ୍ରୀ ଆକାଂକ୍ଷା ପ୍ରଧାନ, ପିଏ ଆଇଟିଟିଏ ବିରେନ୍ଦ୍ର କୁମାର ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ଶଷଦେବ ବେହେରା, ମଙ୍ଗଳ ବିଭାଗ ସିଆଇ ପ୍ରହଲ୍ଲାଦ ମହାରଣା, ଲାଇଭଲିହୁଡ୍ ପ୍ରକଲ୍ପ ପରାମର୍ଶଦାତା ବୈଦ୍ୟନାଥ ଖଟୁଆଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।