-
ସମଲେଇ ଯୋଜନାର ଅଗ୍ରଗତି ସମୀକ୍ଷା କଲେ
-
ମହାନଦୀ ଆଳତି ସ୍ଥାନ ବୁଲି ଦେଖିଲେ
ସମ୍ବଲପୁର, ସମଲେଇ ଯୋଜନାର ସମୀକ୍ଷା ପାଇଁ ଆଜି ସମ୍ବଲପୁର ପହଂଚିଥିଲେ ୫-ଟି ସଚିବ ଓ ମୁଖ୍ୟ ଶାସନ ସଚିବ । ତାଙ୍କ ସହ ଥିଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ଭିନିଲ କ୍ରିଷ୍ଣା ଓ ପୂର୍ତ ବିଭାଗର ପ୍ରମୁଖ ସଚିବ ବିର ବିକ୍ରମ ୟାଦବ । ଜମାଦାରପାଲି ଏୟାରଷ୍ଟ୍ରିପରୁ ସିଧା ସଳଖ ସମଲେଶ୍ୱରୀ ମନ୍ଦିରରେ ପହଂଚି ମାଙ୍କର ଦର୍ଶନ କରି ସମଲେଇ ଯୋଜନାର ଅଗ୍ରଗତି ନେଇ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ସଚିବ ମାନେ ଆଲୋଚନା କରିଥିଲେ । ଏହା ସହ ସମଲେଇ ଯୋଜନା ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସମଲେଇ ଯୋଜନା ଆଗାମୀ ଏକ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ଯୋଜନା କରାଯାଉଛି । ଯେହେତୁ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ପ୍ରକଳ୍ପ ଏଥିପାଇଁ ନିଜେ ମୁଖ୍ୟମନ୍ତ୍ରୀ ଏହାର କାର୍ଯ୍ୟ ତଦାରଖ କରୁଛନ୍ତି ।
ଏହି ଗସ୍ତ କାଳରେ ସଚିବ ମାନେ ସମଲେଇ ଯୋଜନାରେ ଥିବା ରିଭର ଭିୟୁ ସହ ମହାନଦୀ ଆଳତି ସ୍ଥାନ ମଧ୍ୟ ବୁଲି ଦେଖିଥିଲେ । ଏହାପରେ ଦୁର୍ଗାପାଲି ସ୍ଥିତ ମଖନାପଡା ଅଂଚଳକୁ ଯାଇ ସେଠାରେ ନୂତନ ଭାବେ ବସିବାକୁ ଥିବା କଲୋନୀର ସମୀକ୍ଷା କରିଥିଲେ । ସେପଟେ ସମଲେଶ୍ୱରୀ ମନ୍ଦିରର ପୂଜକ ମାନେ ମଧ୍ୟ ୫-ଟି ସଚିବଙ୍କୁ ସାକ୍ଷାତ କରି କିଛି ଦାବି ମଧ୍ୟ ଜଣାଇଥିଲେ । ମନ୍ଦିରର ଦୀପ ଘର ଏବଂ ପୂଜକ ମାନଙ୍କୁ ମନ୍ଦିର ନିକଟରେ ଥଇଥାନ କରିବା ଦାବି ଜଣାଇ ଥିଲେ ।