ପୁରୀ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀନିବାସ ବରଖଡ଼ିଙ୍କୁ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ହଲିଡ଼େ ରିସୋର୍ଟ ସଭାଗୃହରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ପୂର୍ବତନ କୂଳପତି ଡ଼. ହରେକୃଷ୍ଣ ଶତପଥୀ, ସଦାଶିବ ପରିଷଦ ନିର୍ଦ୍ଦେଶକ ପ୍ରଫେସର ଖଗେଶ୍ୱର ମିଶ୍ର, ଣ୍ରୀମନ୍ିର ପରିଚଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ନୂଆଦିଲ୍ଲୀର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ଶ୍ରୀନିବାସ ବରଖଡ଼ିଙ୍କୁ ପ୍ରଜ୍ଞା ଗୌରବ ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସେହିପରି ଡ଼. ସନ୍ତୋଷ ମିଶ୍ର ଓ ଅର୍ଣ୍ଣବ ପଟ୍ଟନାୟକଙ୍କୁ କରୋନା ଯୋଦ୍ଧା ସମ୍ମାନ ଦିଆଯାଇଥିଲା । ସଂସ୍କୃତ ଭାଷାର ପ୍ରଚାରରେ ଅବଦାନ ପାଇର୍ ପଣ୍ଡିତ ପ୍ରଫେସରର ସୂର୍ଯ୍ୟମଣି ରଥ ଓ ପ୍ରଫେସର ଲଳିତ କୁମାର ସାହୁଙ୍କୁ ସମ୍ମାନିତ କରାଯାଇଥିଲା ।
କୁଳପତିଙ୍କ ପ୍ରଥମ ପୁରୀ ଗ୍ରସ୍ତକୁ ସ୍ୱାଗତ କରି ଗ୍ଲୋରୀଫେଷ୍ଟ,ଉତ୍କଳ ବିଦ୍ୱତ ପରିଷଦ,ଅଭିନନ୍ଦନିକା, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ,ଆପଣଙ୍କ ସେବାରେ, ଭଏସ ଅଫ କମନମ୍ୟାନ,ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି, ଟୁଇଟର ଆକ୍ଟିଭିଷ୍ଟ ଆସୋସିଏସନ ଆଦି ଅନୁଷ୍ଠାନ ପକ୍ଷରୁ ସମ୍ପର୍ଦ୍ଧନା ପ୍ରଦାନ କରାଯାଇଥିଲା । ସମଜସେବୀ ଚକ୍ରଧର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ରାଜେଶ ମହାନ୍ତି ସୂଚନା ମାଧ୍ୟମରେ ସଂସ୍କୃତ ଭାଷାର ପ୍ରଚାର ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ସଦାଶିବ ପରିସର ଛାତ୍ରମାନଙ୍କ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ସମୟରେ ପ୍ରତିଦିନ ବେଦଧ୍ୱନି ଉଚ୍ଚାରଣ ପାଇଁ ପ୍ରସ୍ତାବ ଦେଇଥିଲେ । ମନୋଜ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।
ବିଶ୍ୱନାଥ ମିଶ୍ର, ଶ୍ୟାମପ୍ରକାଶ ସେନାପତି, ହେକ୍ଟର ମିଶ୍ର ପ୍ରମୁଖ ମଂଚ ପରିଚାଳନା କରିଥିଲେ । ନାରାୟଣ ପାତ୍ର,ସତ୍ୟବ୍ରତ ଦାସ ସଂଗ୍ରାମ କାନୁନଗୋ, ସୌମ୍ୟରଞ୍ଜନ ମିଶ୍ର, ପୁଷ୍କର ସାହୁ, ପ୍ରଶାନ୍ତ କୁମାର ସାହୁ, ଦାମୋଦର ଶତପଥୀ,ବିଦ୍ରୋହ କେଶରୀ ସିଂ, ଜିତେନ୍ଦ୍ରନାଥ କଟିଶ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।