ପୁରୀ, ଉତ୍କଳ ପରିଷଦ ତିରୁପତି ପକ୍ଷରୁ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀସଦାଶିବ ପରିସରରେ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ରାଷ୍ଟ୍ରୀୟ ସଂଗୋଷ୍ଠୀ ଅନୁଷ୍ଠିତ ହେବ । ଏନେଇ ରବିବାର ଶ୍ରୀସଦାଶିବ ସଂସ୍ଥାନ ପରିସରରେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି । ଉତ୍କଳ ବିଦ୍ୱତ ପରିଷଦର ସଚିବ ଡ଼.ଜ୍ଞାନରଞ୍ଜନ ପଣ୍ଡା କହିଛନ୍ତି ଯେ, ଭାରତର ପ୍ରସିଦ୍ଧ ଚାରିଧାମରୁ ଓଡ଼ିଶାର ଶ୍ରୀଜଗନ୍ନାଥ ଧାମ ଅନ୍ୟତମ । ଏହି ପବିତ୍ର ଶ୍ରୀକ୍ଷେତ୍ର ଧାମରେ ଜଗତଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ, ରମାନୁଜ, ଶ୍ରୀଚୈତନ୍ୟ ପ୍ରମୁଖ ବେଦାନ୍ତ ଦର୍ଶନ, ଆଧ୍ୟାତ୍ମିବିଦ୍ୟା, ମାନବ ମୂଲ୍ୟ, ଭାରତୀୟ ସନାତନ ବୈଦିକ ସଂସ୍କୃତର ପ୍ରଚାର କରିଛନ୍ତି । ସେହିପରି ଉତର ପ୍ରଦେଶର ସ୍ୱାମୀନାରାୟଣ ଭଗବାନଙ୍କ ଦ୍ୱାରା ପ୍ରଣୀତ ବେଦାନ୍ତ ସାକାର ପୁରୁଷୋତମ ଦର୍ଶନ ନାମରେ ଆଜି ବିଶ୍ୱବିଦିତ । ସାଧାରଣ ଭାବେ ଯଦି ଆମେ ବେଦାନ୍ତରେ ସାହିତ୍ୟକୁ ଅନୁଶୀଳନ କରିବା, ତେବେ ସମସ୍ତ ଦାର୍ଶନିକ ସିଦ୍ଧାନ୍ତ ଅଧିକାଂଶ ଭାବରେ ଉପନିଷଦ୍, ବ୍ରହ୍ମସୂତ୍ର ଓ ଶ୍ରୀମଦ୍ଭଗବଦ ଗୀତାକୁ ଆଶ୍ରୟ କରି ନିର୍ଦ୍ଧାରିତ କରାଯାଇଥିବା ଜଣାଯାଇଥାଏ । ସେହି ଭାଷା ମାଧ୍ୟମରେ ଜୀବ ଓ ବ୍ରହ୍ମ ବିଷୟକ ଅଦ୍ୱୈତ ପ୍ରଭୃତି ସିଦ୍ଧାନ୍ତର ସାଧନା କରାଯାଇଛି । ଅକ୍ଷରପୁରୁଷୋତମ ଦର୍ଶନ ସିଦ୍ଧାନ୍ତକୁ ଅନେକ ଦାର୍ଶନିକ ତତ୍ୱଗୁଡ଼ିକର ମୂଲ୍ୟାଙ୍କନ କରୁଛନ୍ତି । ଉତ୍କଳ ପରିଷଦ, ତିରୁପତି ତଥା କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀସଦାଶିବ ପରିସର ପୁରୀର ଅକ୍ଷର ପୁରେୁଷୋତମ ଦର୍ଶନ, ଅନ୍ୟ ଦର୍ଶନକୁ ଆଧାର କରି ରାଷ୍ଟ୍ରୀୟ ଚର୍ଚ୍ଚା ସୂତ୍ରର ଆୟୋଜନ କରାଯାଇଛି ।
Related Stories
November 23, 2024