
କେନ୍ଦ୍ରାପଡ଼ା, ଆସନ୍ତା ୨୮ ଓ ୨୯ ତାରିଖ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଏକ ଜିଲ୍ଲା ସ୍ତରୀୟ କନଭେସନ ଅନୁଷ୍ଠିତ ହୋଇଯାଇଛି । ଏଆଇଟିୟୁସି ର ଜିଲ୍ଲା ସଭାପତି ବାବାଜୀ ଧଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ୟ ଯୁଗ୍ମ ସାଧାରଣ ସଂପାଦକ ବିଜୟ କୁମାର ଜେନା, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଜୟସେନ ମେହେର, ଜଗତ ଜୀବନ ଦାସ, ରମଣୀ ରଞ୍ଜନ ରାଉତରାୟ, ଗୟାଧର ଧଳ, ପ୍ରକାଶ ଚନ୍ଦ୍ର ମଲିକ, ସୁହାନା ବେଗମ, ଶକର୍ଷଣ ରାଉତ ପ୍ରମୁଖ କେନ୍ଦ୍ରୀୟ ଶ୍ରମିକ ନେତାମାନେ ଏହିବୈଠକରେ ଯୋଗ ଦେଇ ୧୨ ଦଫା ଦାବି ଗୁଡିକ ଉପରେ ଆଲୋଚନା କରିଥିଲେ । ଏହି ଦାବି ଗୁଡିକରେ ଚୁକ୍ତି ଭିତିକ ଠିକା କର୍ମଚାରୀ ଓ ସ୍କିମ ଶ୍ରମିକ ମାନଙ୍କୁ ସ୍ଥାୟୀ କରିବା, ଜାତୀୟ ପେନଶନ ଯୋଜନା ବାତିଲ ଓ ପୁରୁଣା ପେନସନ ଯୋଜନା ଲାଗୁ କରିବା, ଇପିଏଫ୍ ସୁଧ ହ୍ରାସ ନିଷ୍ପତି ବାତିଲ, ସର୍ବନିମ୍ନ ମାସିକ ଭତା ୨୨ ହଜାର ଟଙ୍କା ଆଦି ପ୍ରଦାନ ବ୍ୟବସ୍ଥା ଆଦି ୧୨ ଦଫା ଦାବି ଗୁଡିକ ରହିଛି । ଆୟୋଜିତ ଏହି ବୈଠକରେ ନେତା ବସନ୍ତ ସେଠୀ, ମୁକ୍ତାର ଖାନ, ଆଦିକନ୍ଦ ରାଉଳ, ଫକୀର ଖଟୁଆ, ଧନେଶ୍ୱର ରାଉତ, ଏଲିନା ସାମନ୍ତରାୟ, ବସନ୍ତ ମଲିକଙ୍କ ସମେତ ନତୋ ଓ ବହୁ ଶ୍ରମିକ ଉପସ୍ଥିତ ଥିଲେ ।