-
ଶାସକ ବିଜେଡି ତୀବ୍ର ଆନ୍ତଃ ଅନ୍ତ୍ରଦ୍ଵନ୍ଦରେ ଲିପ୍ତ, ସମପରିମାଣ ଦଶାରେ ବିରୋଧୀ ବିଜେପି
-
ମଇଦାନରେ ନାହିଁ କଂଗ୍ରେସ
ପାରାଦୀପ, ପାରାଦୀପ ପୌରପରିଷଡ଼ ନିର୍ବାଚନକୁ ଆଉ ମାତ୍ର ଛଅ ଦିନ ବାକି ରହିଥିଲା ବେଳେ ନିର୍ବାଚନରେ ଅବତୀର୍ଣ୍ଣ ପ୍ରାର୍ଥୀ ଓ ସେମାନଙ୍କ ନେତା ମାନଙ୍କର ପ୍ରଚାର ଧିରେ ଧିରେ ଧିରେ ବଢୁଛି ।ଶାସକ ବିଜେଡି ପକ୍ଷରୁ ପୂର୍ବତନ ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନକୁ ପାଥେୟ କରି ନିର୍ବାଚନ ବୈତରଣୀକୁ ପାର କରିବାକୁ ବସିଥିଲା ବେଳେ ବିଗତ ବର୍ଷ ମାନଙ୍କରେ ଲୋକମାନେ କୌଣସି ମୌଳିକ ସମସ୍ୟା ଓ ସାଧାରଣ ସମସ୍ୟା ଉପରେ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେବା ଏଥିସହିତ ବିଧାୟକ ଙ୍କ ଗୋଷ୍ଠୀ ଓ ତାଙ୍କର ନିଜସ୍ଵ ଗୋଷ୍ଠୀ ମଧ୍ୟରେ ସମନ୍ୱୟ ର ଅଭାବ ଦେଖାଦେଇଥିବାରୁ ଲୋକେ ବିଭ୍ରାନ୍ତି ଅବସ୍ଥାରେ ଅଛନ୍ତି । ଅଧିକାଂଶ ଆସନରେ ଦୈତ୍ୟ ପ୍ରାର୍ଥୀ ନିକଟତମ ବିରୋଧୀ ପ୍ରାର୍ଥୀଙ୍କୁ ବିଜୟ ହାସଲ କରିବାରେ ସହାୟକ ହେବାର ସମ୍ଭାବନା ରହିଛି । ଅର୍ଥାତ ବିଜେଡି କାଉନସିଲର ପ୍ରାର୍ଥୀଙ୍କ ପ୍ରତିଯୋଗୀ ପ୍ରାର୍ଥୀ କେତେକ ଆସନରେ ହିଁ ବିଜେଡ଼ି ବୋଲି ଦେଖା ଦେଇଛି ।
ସେହିପରି ବିରୋଧୀ ବିଜେପି ଅନୁରୂପ ଅଵସ୍ଥା ଦେଇ ଗତି କରୁଛି । ଦୀର୍ଘ ବର୍ଷ ଧରି ସଙ୍ଗଠନକୁ ଆଗେଇ ନେଇ ଆସିଥିବା ଏକାଧିକ କର୍ମୀ ତଥା ଜିଲ୍ଲା ସ୍ତରୀୟ ନେତା ମାନେ ନିଜ ଦଳର ପ୍ରାର୍ଥୀ ମାନଙ୍କୁ ଛାଡି ଏବେ ସ୍ୱାଧୀନ କ୍ୟାମ୍ପ ବାପି ସର୍ଖେଲଙ୍କ ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାରରେ ବ୍ୟସ୍ତ। ଆଉ କିଛି ଶାସକ ବିଜେଡି ଦଳରେ ସାମିଲ ହୋଇଛନ୍ତି। ତେଣୁ ଜଣେ ନୂତନ ସ୍ବଚ୍ଛ ବ୍ୟକ୍ତି ଗୌତମ ନାୟକଙ୍କୁ ଦଳ ପ୍ରାର୍ଥୀ କରିଛି ।
ସେହିପରି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବା କଂଗ୍ରେସ ନେତା ତଥା କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ବାପି ସର୍ଖେଲଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ପରିଚାଳିତ ଆମ ପାରାଦ୍ୱୀପ ଆମ ପ୍ରଗତି ସ୍ୱାଧୀନ ଗୋଷ୍ଠୀର ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ପାରାଦ୍ୱୀପ ପୋର୍ଟ ବଣିକ ସଙ୍ଘର ପୂର୍ବତନ ସାଧାରଣ ସମ୍ପାଦକ ଆଡଭୋକେଟ ଦେଵବ୍ରତ ସାହୁ । ସେ ଜଣେ ଆମାୟିକ ତଥା ପାରାଦୀପର ବିଭିନ୍ନ ସଙ୍ଗଠନର ମୂଳଧାର । ହେଲେ ନିର୍ବାଚନରେ ଅଂଶ ଗ୍ରହଣ କରିବା ପ୍ରଥମ । ହେଲେ କଂଗ୍ରେସ ନେତା ତଥା ଚର୍ଚ୍ଚିତ ଶ୍ରମିକ ନେତା ବାପିଙ୍କ ଗଣିତ କଷାକୁ ପାଥେୟ କରି ସେ ନିର୍ବାଚନ ମଇଦାନକୁ ଓଲ୍ହାଇ ବିଜୟ ହାସଲ କରିବାକୁ ଅଣ୍ଟା ଭିଡିଛନ୍ତି । ସେହିପରି ପ୍ରତି ୱାର୍ଡ଼ ରେ ବିଜେଡି ଓ ବିଜେପିର ଅସନ୍ତୁଷ୍ଟ ଭୋଟ ତା ସହିତ କିଛି ମାତ୍ରାରେ କଂଗ୍ରେସ ଭୋଟକୁ ପାଥେୟ କରି କାଉନସିଲର ମାନଙ୍କୁ ବିଜୟୀ କରିବା ପାଇଁ ଅଣ୍ଟା ଭିଡିଛନ୍ତି ବାପି ।