ବାଲେଶ୍ୱର, ପୁଣି ଥରେ ବିବାଦଘେରକୁ ଆସିଛି ସୋର ଉପ କାରାଗାର । କିଛି ମାସ ତଳେ ଜେଲ୍ ଭିତରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଥିବା ବେଳେ ଆଜି ପୁଣି ଆଉ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଜେଲ୍ କର୍ତୃପକ୍ଷ କଏଦୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ମେଡିକାଲରେ ଭର୍ତି କରିଥିଲେ । ହେଲେ ପରବର୍ତି ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।
ତେବେ କଏଦୀ ଜଣକ କାହିଁକି ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ସେ ଜେଲରେ ବ୍ୟବହୃତ ହେଉଥିବା ବ୍ଲିଚିଂ ପାଉଡର ଖାଇ ଦେଇଥିବା ଜେଲ୍ କର୍ତୃପକ୍ଷ କହିଛନ୍ତି । କଏଦୀ ଜଣକ ସୋର ପୌରପାଳିକା ଅଂଚଳର ନିର ଦଳେଇ । ଗତ କିଛି ଦିନ ହେବ ଏକ ହତ୍ୟା ମାମଲାରେ ସେ ଜେଲ୍ ରେ ଥିବା ଜଣାପଡିଛି ।