
ଜୟପୁର – ବିଜେପିର ସାଂଗଠନିକ କର୍ମଶାଳା ରବିବାର ଅନଷ୍ଠିତ ହୋଇଥିବା ବେଳେ ଅବିଭକ୍ତ କୋରାପୁଟ ଜିଲାର ବିଧାନସଭା ପ୍ରାର୍ଥି ଜିଲା ସଭାପତି ମାନେ ଏଥିରେ ଉପସ୍ଥିତ ରହିଥିଲେ । ସଂଗଠନ ନିର୍ବାଚନ ପକ୍ରିୟା ଆରମ୍ଭ ହୋଇଥିବା ବେଳେ ମେମ୍ବର, ବୁଥ୍ କମିଟି, ମଣ୍ଡଳ କମିଟି ପରେ ଜିଲା କମିଟି ଗଠନ ହେବ । ୧୪ ଟି ବିଧାନସଭା ଓ ୨ଟି ଲୋକସଭାର କାର୍ଯ୍ୟକର୍ତା ମାନେ ଏଠାରେ ଯୋଗ ଦେଇଥିଲେ । ବର୍ତମାନ ସୁଦ୍ଧା ୬୦ ପ୍ରତିଶତ କମିଟି ଗଠନ ହୋଇସାରିଥିବା ବେଳେ ୧୯ ଓ୨୦ ତାରିଖରେ ମଣ୍ଡଳ କମିଟି ଗଠନ ହେବ । ଆସନ୍ତା ୭,୮ ଓ ୯ ତାରିଖରେ ସମସ୍ତ ବିଧାନସଭା ସାଂଗଠନିକ ବୈଠକ ଅନୁଷ୍ଠିତ ହେବ । ଶହେ ପ୍ରତିଶତ ବୁଥ କମିଟି କରିବା ନେଇ ଲକ୍ଷ୍ୟ ରହିଥିବା ସୂଚନା ଦେଇଛନ୍ତି ।
୫ ତାରିଖରେ ସ୍ମିତାରାଣି ମୃତ ଘଟଣାକୁ ନେଇ ଜିଲାପାଳ ଅଫିସ ଘେରାଉ କରିବା ବିଜେପି ପ୍ରସ୍ତୁତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ସହରି ଆବାସ ଯୋଜନା ପ୍ରକୃତ ହିତାଧିକାରି ପାଉ ନାହାଁନ୍ତି । ଯୋଗ୍ୟ ଓ ଗରିବ ହିତାଧିକାରି ଆବାସ ପାଉନଥିବା ବେଳେ କୁମାରି ମାନଙ୍କୁ ବିଧବା ଦେଖାଇ ଆବାସ ଯୋଜନା ଲୁଟ୍ କରାଯାଉଛି । ତେଣୁ ସବୁ ବିଧାନସଭା କ୍ଷେତ୍ରରୁ ପ୍ରକୃତ ହିତାଧିକାରିଙ୍କ ତାଲିକା ପ୍ରସ୍ତୁତ କରି କେନ୍ଦ୍ରମନ୍ତ୍ରୀଙ୍କୁ ଦିଆଯିବ ବୋଲି ସୂଚନା ଦେଇଛନ୍ତି । ଏହା ବ୍ୟତୀତ ଜିଲାରେ ୧୨୪ ଡାକ୍ତର ପଦବୀ ଖାଲ ପଡିଛି, ଟେକନିସିୟନ ପଦବି ଖାଲି ପଡିଛି, ଭିତିଭୂମି ନାହିଁ ତାହାକୁ ସଜାଡିଲେ ଏଠାରେ ବିକାଶ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନିରେ ବିଜେପି ରାଜ୍ୟ ସହ ନିର୍ବାଚନ ଅଧିକାରି ସୁଦିପ୍ତ ରାୟ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ୨୦ ବର୍ଷ ଶାସନ ପରେ ବି କୋରାପୁଟ ଜିଲାରେ ୫ ବର୍ଷର ଶିଶୁ ୪୦.୩ ପ୍ରତିଶତ ଶିଶୁର ଓଜନ ବଢୁନଥିବା ବେଳେ ଉଚ୍ଚତା ମଧ୍ୟ ବଢୁ ନାହିଁ । ଏହି ଜିଲାର ମାତୃ ଓ ଶିଶୁ ରକ୍ତହିନତା ଓ ପୁଷ୍ଟି ହିନତାର ଶୀକର ହେଉଛନ୍ତି । ଯେଉଁ ସରକାର ନୂତନ ଓଡିଶାର ସ୍ୱପ୍ନ ଦେଖାଉଛନ୍ତି ସେହି ସରକାର ଆଗ ଜିଲାର ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେଇ ବିକାଶ କରନ୍ତୁ । ଲେକଙ୍କୁ ଧୁଆଁ ବୁଲାଇଲେ ପେଟ ପୁରିବ ନାହିଁ କି ଏଠାର ବିକାଶ ହେବ ନାହିଁ ।
ଏହି ସାମ୍ବାଦିକ ସମ୍ମିଳନିରେ ଗତ ନିର୍ବାଚନରେ ବିଧାନସଭା ଭାଜପା ପ୍ରାର୍ଥି ହୋଇଥିବା ଗୌତମ ସାମନ୍ତରାୟ, ବୈଦନାଥ ମିଶ୍ର, ପୂର୍ବତନ ଏମପି ପର୍ଶୁରାମ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।