କନ୍ଧମାଳ,ନିର୍ବାଚନ ଯେପରି ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ହ୍ୱେ ସେନେଇ ରାଜ୍ୟ ନିର୍ବାଚନ ଅଧିକାରୀ କଡ଼ା ନିର୍ଦେଶ ଦେଇଥିଲେ ହେଲେ କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଳକର ସାରଙ୍ଗଗଡ଼ ପଂଚାୟତ ସରପଂଚ ନିର୍ବାଚନକୁ ନେଇ ଖୋଦ ପ୍ରାର୍ଥୀ ଦୀନବନ୍ଧୁ ପ୍ରଧାନ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଯେ, କ. ନୂଆ ଗାଁ ବ୍ଳକ ଗଣତି ହଲ୍ ରେ ସିସି ଟିଭି ଲାଗିବା କଥା ହେଲେ ସିସି ଟିଭି ଲାଗିନଥିବା ନେଇ ପ୍ରାର୍ଥୀ ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।