
ସାକ୍ଷିଗୋପାଳ,ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ବରାଳ ଗ୍ରାମସ୍ଥିତ ବାବା ବରାଳ ବାଲୁଙ୍କେଶ୍ୱରଙ୍କ ପୀଠରେ ଆଜି ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । ଭକ୍ତ ମାନେ କୋଭିଡ଼୍ କଟକଣାକୁ ଅନୁପାଳନ କରି ମୁହଁରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରି ବାବାଙ୍କ ଦର୍ଶନର ସୌଭାଗ୍ୟ ଲାଭ କରିଛନ୍ତି । ଆଜିର ଦିନରେ ମହାଦେବଙ୍କୁ ବେଲପତ୍ର, କ୍ଷୀର, ଜଳାଭିଶେକ ଲାଗି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସଂନ୍ଧ୍ୟାରେ ଭକ୍ତ ମାନେ ମନ୍ଦିର ପରିସରରେ ଜାଗର ଜାଳିପାରିବେ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସତ୍ୟବାଦୀ ଥାନା ପୋଲିସ ପକ୍ଷରୁ ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି ।