ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଲାଠୋର ରେଲୱେ ଷ୍ଟେସନ ପଡା ଠାରେ ରେଞ୍ଜ ବନପାଳ ଖବର ପାଇ ୩୫ ବର୍ଷୀୟ ରଘୁ ରଣାଙ୍କର ଘରେ ୱାରେଣ୍ଟ ବଳରେ ତଲାସୀ କରିଥିଲେ । ତଲାସୀ ବେଳେ ତାଙ୍କ ଘରେ ୬ ଟି ଶାଗୁଆନ୍ ଗଣ୍ଡି ୨୩,୭୩୧ ସିଫ୍ଟ ୬୦ ଟି ବିଭିନ୍ନ ସାଇଜ୍ ର ଶାଗୁଆନ୍ ପିସ୍ କାଠ ବିନା କୌଣସି କାଗଜପତ୍ରରେ ମହଜୁଦ ରଖିବା ହେତୁ ଏହାକୁ ଜବତ କରାଯାଇଥିଲା । ଘଟଣାସ୍ଥଳରେ ଅନ୍ୟ ବନ ଅଧିକାରୀ ଓ ପାରା ପ୍ରୋଜେକସନ ଦଳ ଉପସ୍ଥିତିରେ ସିଜର ଲିଷ୍ଟ ପ୍ରସ୍ତୁତ କରି ଦେବା ସଙ୍ଗେ ସଙ୍ଗେ ସାଇଜ ଜିନିଷ ଗୁଡିକ ରେଞ୍ଜ ଅଫିସକୁ ସ୍ଥାନାନ୍ତରିତ କରିଥିଲେ । ବିଭାଗ ପକ୍ଷରୁ ଏ ସମ୍ପର୍କରେ ଅଧିକ ତଦନ୍ତ ଜାରୀ ରହିବା ସହ ଏକ କେଶ ରୁଜୁ କରାଯାଇଛି ।