
-
ଭୋର୍ ୪ଟାରୁ ୫ଟା ମଧ୍ୟରେ ଉଠିବ ମହାଦ୍ୱୀପ
-
ମନ୍ଦିର ଭିତରେ ଓ ବାହାରେ ୧୪୪
ଭଦ୍ରକ, ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ୱାରା ଜାରୀ ମାର୍ଗଦର୍ଶିକା ଅନୁସାରେ ଭଦ୍ରକ ଆରଡ଼ି ସ୍ଥିତ ପ୍ରସିଦ୍ଧ ଆଖଣ୍ଡଳମଣି ପୀଠରେ ଜନ ସମାଗମ ବିନା ଆଜି ଅନୁଷ୍ଠିତ ହେଉଛି ଜାଗର ଯାତ୍ରା । କରୋନା ସଂକ୍ରମଣକୁ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କ ଦ୍ୱାରା ଜାରୀ ମାର୍ଗଦର୍ଶିକା ଅନୁସାରେ ମନ୍ଦିର ଭିତରେ ଓ ବାହାରେ ୧୪୪ ଜାରୀ କରାଯାଇଛି । ଭକ୍ତଙ୍କ ପ୍ରବେଶକୁ ରୋକିବାକୁ ମନ୍ଦିର ଚର୍ତୁପାଶ୍ୱର୍ରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ନଦୀଘାଟ ଓ ରାସ୍ତାକୁ ବନ୍ଦ କରାଯାଇଛି । ଗତକାଲି ସଂନ୍ଧ୍ୟା ଠାରୁ ଜାରୀ ହୋଇଥିବା ଏହି କଟକଣା ୨ ତାରିଖ ଅର୍ଥାତ୍ ଆସନ୍ତାକାଲି ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ବଳବତର ରହିବ । ତେବେ ପ୍ରଶାସନର ନିଷ୍ପତି ପ୍ରକାରେ କେବଳ ସ୍ଥାନୀୟ ୪ ପଚାଂୟତ ନାନ୍ଦପୁର, ଆରଡ଼ି, ସୁନ୍ଦରପୁର ଏବଂ ଓଳଗ ପଚାଂୟତର ଜନସାଧାରଣ କୋଭିଡ଼୍ କଟକଣାକୁ ଅନୁପାଳନ କରି ବାବାଙ୍କ ଦର୍ଶନ କରିପାରିବେ ।
ମହା ଶିବରାତ୍ରୀ ଉପଲକ୍ଷେ ବାବା ଆଖଣ୍ଡଳମଣିଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ପ୍ରଶାସନର ନିଷ୍ପତି ପ୍ରକାରେ ଜଣେ ସେବାୟତ ଠାକୁରଙ୍କ ସମସ୍ତ ନୀତିକାନ୍ତି ଜାରୀ ରଖିଛନ୍ତି । ମନ୍ଦିରର ପାଳିଆ ସେବାୟତ, ମହାଦ୍ୱୀପ ସେବାୟତ ମାନେ କୋଭିଡ଼୍ କଟକଣାକୁ ମାନି ମୁହଁରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରି ବାବାଙ୍କ ନୀତିକାନ୍ତି ସମାପନ କରୁଛନ୍ତି । ଆଇନ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ମନ୍ଦିର ଚର୍ତୁପାଶ୍ୱର୍ରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ରାତି ୩ଟାରେ ମହାଦ୍ୱୀପ ପ୍ରସ୍ତୁତି ଗୁପ୍ତ ଶୋଡ଼ଷ ପୂଜା ଓ ଭୋର୍ ୪ଟାରୁ ୫ଟା ମଧ୍ୟରେ ମହାଦ୍ୱୀପ ଉଠିବ ବୋଲି ଜଣାପଡିଛି ।