ଜୟପୁର – କୋରାପୁଟ ଜିଲା ଗସ୍ତରେ ଜିଲା ନୋଡାଲ ସଚିବ ସୌରଭ ଗର୍ଗ ୨ ଦିନିଆ ଗସ୍ତରେ ଆସିଛନ୍ତି । ରୋଗି ମାନଙ୍କୁ ସ୍ୱାସ୍ଥ୍ୟ ସେବା ଉପରେ ପଚାରି ବୁଝିବା ସହ ଭିତିଭୂମିର ସମିକ୍ଷା କରିଥିଲେ । ଚିକିତ୍ସାଳୟରେ ଭର୍ତି ହୋଇଥିବା ରୋଗିଙ୍କ ସମ୍ପର୍କିୟଙ୍କୁ ମଧ୍ୟ ନିରମୟ ଯୋଜନା ଉପରେ ପଚାରିବା ସହ ଡାକ୍ତରଙ୍କ ଚିକିତ୍ସା ଓ ସରକାରି ସୁବିଧା ଠିକ୍ ଭାବେ ପାଉଛ କି ନାହିଁ ବୋଲି ପଚାରି ବୁଝିଥିଲେ । ସେହି ସମୟରେ ରୋଗି କଲ୍ୟାଣି ସମିତି ଅଧିନରେ ଥିବା ୨୧ ଜଣ ସୁଇପର ଓ ସିକ୍ୟୁରିଟି ଦାୟିତ୍ୱରେ କାର୍ଯ୍ୟରେ ଥିବା ୧୯ ଜଣ କିନ୍ନର ସଚିବଙ୍କୁ ସାକ୍ଷାତ କରିଥିଲେ । ସେମାନଙ୍କୁ ଛଟେଇ କରାଯାଇଥିବା ବିଷୟ କହି ଭାବ ବିହ୍ୱଳ ହୋଇପଡିଥିଲେ । ସଚିବ ଏହା ଶୁଣି ଲିଖିତ ଭାବେ ଜିଲା ଚିକିତ୍ସାଧିକାରିଙ୍କୁ ଜଣାଆ ବୋଲି ପରାମର୍ଶ ଦେଇଥିଲେ । ସଚିବ ଜିଲା ଚିକିତ୍ସାଳୟ ପରିଦର୍ଶନ ସହ ସମିକ୍ଷା କରି ନିକଟସ୍ଥ ସୌରାଗୁଡା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ଖାଦ୍ୟ ଓ ଭିତିଭୂମି ଓ ମମତା ଯୋଜନା ଉପରେ ପଚାରି ବୁଝିଥିଲେ । ପରେ ଆମ୍ବାଗୁଡା ଠାରେ ଥିବା ଶୀତଳ ଭଣ୍ଡାର ପରିଦର୍ଶନ, ଜୟପୁର ବ୍ଲକ ଅନ୍ତର୍ଗତ ଜୟନ୍ତିଗିରି ଠାରେ ଥିବା ଆଦର୍ଶ ବିଦ୍ୟାଳୟ ଯାଇ ସେଠାରେ ସମିକ୍ଷା କରିଥିଲେ । ବୋରିଗୁମ୍ମା ବ୍ଲକର କେନ୍ଦୁଗାଡା ଠାରେ ଥିବାମିଶନ ଶକ୍ତି ୟୁନିଟ ରେ ଯାଇ ଆଲୋଚନା କରିଥିଲେ । ସେଠାରେ ପେନସନ ହାତିଧିକାରିଙ୍କ ସହ ସଚିବ ଆଲୋଚନା କରିଥିଲେ । ବୋରିଗୁମ୍ମା ବ୍ଲକର ସର୍ଗିଗୁଡାଠାରେ ଗ୍ରାମ୍ୟ ଆବାସର ତଦାରଖ କରିଥିଲେ । କାମରା ଯାଇ ହିତାଥିକାରିଙ୍କ ସହ ଆଲୋଚନା କରିଥିଲେ ।
ଏହି କାଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ମୁଧୁସୁଦନ ମିଶ୍ର, ଉପ ଜିଲାପାଳ ଲୋକନାଥ ଦଳବେହେରା, ଜିଲା ଚିକିତ୍ସାଧିକାରି ମାନେ ଉପସ୍ଥିତ ଥିଲେ ।