
ପୁରୀ,୨୬ ତାରିଖ ଠାରୁ ପୁରୀ ଜିଲ୍ଲାର ୧୧ଟି ଜିଲ୍ଲା ପରିଷଦ ଜୋନର ସମସ୍ତ ଜିଲ୍ଳା ପରିଷଦ ସଭ୍ୟ, ସମିତିସଭ୍ୟ, ସରପଞ୍ଛ ଓ ୱାର୍ଡ଼ମେମ୍ବର ଭୋଟ ଗଣତି ଆରମ୍ଭ ହୋଇଛି । ୧୧ଟି ବ୍ଳକର ଷ୍ଟ୍ରଙ୍ଗରୁମ୍ ଭିତରେ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି କରାଯାଉଛି । ପୁରୀସଦର ବ୍ଳକ ପାଇଁ ଆଇଟିଆଇ କ୍ୟାମ୍ପସରେ ଏହି ଗଣତି କରାଯାଉଛି । ସୁରକ୍ଷା ପାଇଁ ଚାରିପଟେ ବ୍ୟାରିକେଡ଼ ନିର୍ମାଣ କରାଯାଇଛି । ପୁରୀ ଜିଲ୍ଲାର ୩୩ଟି ଜିଲ୍ଲାପରିଷଦ ଜୋନ ମଧ୍ୟରୁ ଗତକାଲି ୧୧ଟି ଜୋନର ଗଣତି ଆରମ୍ଭ ହୋଇଥିଲା । ୧୧ଟି ଜୋନରେ ବିଜେଡ଼ି ପ୍ରାର୍ଥୀ ଆଗୁଆ ଥିବା ଜଣାପଡ଼ିଛି । ସେହିପରି ଆଜି ମଧ୍ୟ ଜିଲ୍ଲାର ବିଭିନ୍ନ ବ୍ଲକରେ ୧୧ଟି ଜିଲ୍ଲା ପରିଷଦ ଜୋନର ପ୍ରାର୍ଥୀଙ୍କ ସହ ସମିତିସଭ୍ୟ, ସରପଂଚଓ ୱାର୍ଡ଼ମେମ୍ବର ଭୋଟ ଗଣତି ଚାଲୁ ରହିଛି । ୨୨ଟି ଯାକ ଜୋନରେ ବିଜେଡ଼ିର ବାଜିମାତ କରୁଥିବା ଜଣାପଡ଼ିଛି ।
ଗତକାଲି ଗଣତିରୁ ଜଣାପଡ଼ିଛି, ବିଜେଡ଼ି ଆଗୁଆ ଥିଲେ ମଧ୍ୟ ବିଜେପିର ଭୋଟ ବଢି ବିଜେଡ଼ି ସହ ମୁକାବିଲା କରିଛି । କଂଗ୍ରେସ ଓ ଆପ୍ ର ଖାତାରେ ଅଳ୍ପ ଭୋଟ ରହିଥିବା ଜଣାପଡ଼ିଛି । ସବୁ ଜୋନରେ ବିଜେଡ଼ି ସହ ବିଜେପି ଟକ୍ଟର ଦେଇଛି । ଜୋନ୍ ନଂ ୧ ଅସ୍ତରଙ୍ଗ ବିଜେଡ଼ିର ସରସ୍ୱତୀ ସ୍ୱାଇଁ ବନାମ ବିଜେପିର ମାନସୀ ସ୍ୱାଇଁ, ଜୋନ ୩ କଣାସର ପ୍ରଣତି ଜେନା ବନାମ ମିନାକ୍ଷୀ ମିଶ୍ର, ଜୋନ୍ ୬ କାକଟପୁରର ଜ୍ୟୋସ୍ନାରାଣୀ ଦଳାଇ ବନାମ ସସ୍ମିତା ସ୍ୱାଇଁ, ଜୋନ୍ ନଂ ୯ କୃଷ୍ଣପ୍ରସାଦର ଲକ୍ଷ୍ମୀଧର ସାହୁ ବନାମ ଜୟୀରାମ ଦାସ, ଜୋନ ୧୧ ଗୋପର ଧର୍ମେନ୍ଦ୍ର ସାହୁ ବନାମ ନିରଞ୍ଜନ ମହାପାତ୍ର, ଜୋନ୍ ୧୫ ଡ଼େଲାଙ୍ଗର ପ୍ରଜ୍ଞା ଛୋଟରାୟ ବନାମ ଗୀତାଞ୍ଜଳି ସ୍ୱାଇଁ, ଜୋନ୍ ୧୮ ନିମାପଡ଼ାର କୁଞ୍ଜଲତା ସାମଲ ବନାମ ସ୍ୱପ୍ନକୁମାର ମିଶ୍ର, ଜୋନ୍ ନଂ ୨୨ ପିପିଲିର ସଙ୍ଗୀତା ବେହେରା ବନାମ ପ୍ରଭାସିନୀ ବେହେରା, ଜୋନ୍ ନଂ ୨୫ ପୁରୀ ସଦର ମୋନଲି ମିଶ୍ର ବନାମ ଆଲିସା ମିଶ୍ର, ଜୋନ୍ ନଂ ୨୮ ବ୍ରହ୍ମଗିରି କୈଳାସ ପରିଡ଼ା ବନାମ କୃଷ୍ଣଚନ୍ଦ୍ର ରାୟ, ଜୋନ୍ ନଂ ୩୧ ସତ୍ୟବାଦୀର ନାରାୟଣ ରାଉତରାୟ ବନାମ ଜାନକୀ ବଲ୍ଲଭ ବରାଳ ମଧ୍ୟରେ ଉଲମ -ବିଲମ ଟକ୍କର ଜାରି ରହିଥିଲା । ଆଜି ମଧ୍ୟ ୧୧ଟି ଜୋନରେ ସେହି ଅବସ୍ଥା ଜାରି ରହିଛି ।