-
ଅବଶିଷ୍ଟ ୬ଟି ଆସନ ପାଇଁ ଭୋଟ୍ ଗଣତି ଜାରୀ
-
ବିଜେଡ଼ି ହାତରେ ୧୦, କଂଗ୍ରେସ ୨
କନ୍ଧମାଳ, କନ୍ଧମାଳ ଜିଲ୍ଲାର ମୋଟ୍ ୧୮ଟି ଜିଲ୍ଲା ପରିଷଦ ଜୋନ୍ ରୁ ଗତକାଲି ବିଳମ୍ବିତ ରାତି ସୁଦ୍ଧା ୧୨ଟି ର ଫଳାଫଳ ପ୍ରକାଶ ପାଇଛି । ଅବଶିଷ୍ଟ ୬ଟି ଆସନ ପାଇଁ ଭୋଟ୍ ଗଣତି ଜାରୀ ରହିଛି । ଫଳାଫଳ ପ୍ରକାଶ ପାଇଥିବା ୧୨ଟି ଆସନ ମଧ୍ୟରେ ୧୦ଟି ବିଜେଡ଼ି ହାତକୁ ଯାଇଥିବା ବେଳେ ଦୁଇଟି ଆସନରେ କଂଗ୍ରେସ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ବିଜୟୀ ବିଜେଡ଼ି ପ୍ରାର୍ଥୀ ମାନେ ହେଲେ କ. ନୂଆଗାଁ ବ୍ଲକ ୧ ନଂ ଜୋନ୍ ର ଅନିତା ମଲ୍ଲିକ, ଖଜୁରୀପଡ଼ା ବ୍ଲକ ୩ ନଂ ଜୋନ୍ ରୁ ମମତା ମଲ୍ଲିକ, ଜି. ଉଦୟଗିରି ବ୍ଲକ ୫ ନଂ ଜୋନ୍ ର ନିଳିମା ପ୍ରଧାନ, ଚକାପାଦ ବ୍ଲକ ୬ ନଂ ଜୋନ୍ ର ମମତାରାଣୀ ବେହେରା, ଟିକାବାଲି ୭ ନଂ ଜୋନ୍ ର ସାଧବାଣୀ ନାୟକ, ତୁମୁଡ଼ିବନ୍ଧ ୯ ନଂ ଜୋନ୍ ନବିନ ପାତ୍ର, ଦାରିଙ୍ଗବାଡ଼ି ୧୦ ନଂ ଜୋନ୍ ରଞ୍ଜନ କୁମାର ପ୍ରଧାନ, ଫିରିଙ୍ଗିଆ ବ୍ଲକ ୧୨ ନଂ ଜୋନ୍ ନୀଳଗିରି ଦିଗାଲ, ଫୁଲବାଣୀ ୧୪ ନଂ ଜୋନ୍ ରୁ ଚନ୍ଦ୍ରମା ମଲ୍ଲିକ ଏବଂ ବାଲିଗୁଡ଼ା ବ୍ଲକ ୧୫ ନଂ ଜୋନ୍ ରୁ ବିଜେଡ଼ି ପ୍ରାର୍ଥିନୀ ନନ୍ଦିନୀ ମଲ୍ଲିକ ବିଜୟ ଲାଭ କରିଛନ୍ତି ।
ସେହିପରି ରାଇକିଆ ୧୭ ନଂ ଜୋନ୍ ରୁ କଂଗ୍ରେସ ପ୍ରାର୍ଥିନୀ ସତ୍ୟଭାମା ପାତ୍ର ଏବଂ କୋଟଗଡ଼ ୨ ନଂ ଜୋନ୍ ରେ ଜିରମୟୀ ସୁନାମାଝି ବିଜୟ ଲାଭ କରିଛନ୍ତି । ଅବଶିଷ୍ଟ ୬ଟି ଆସନ ପାଇଁ ଭୋଟ୍ ଗଣତି ଜାରୀ ରହିଛି ।