
-
୭ ଜିଲ୍ଲା ପରିଷଦ ଜୋନ୍ ରେ ବିଜେଡ଼ି ପ୍ରାର୍ଥୀଙ୍କ ବିଜୟ
ଭଦ୍ରକ, ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗଣତି ଶେଷ ହୋଇଛି । ଜିଲ୍ଲାର ମୋଟ୍ ୨୮ଟି ଜିଲ୍ଲା ପରିଷଦ ଜୋନ୍ ରୁ ୭ ଗୋଟି ଜିଲ୍ଲା ପରିଷଦ ଜୋନ୍ ର ଫଳାଫଳ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଘୋଷଣା ହୋଇଛି । ଚାନ୍ଦବାଲି ବ୍ଲକର ୧ ନଂ ଜୋନର ବିଜେଡ଼ି ପ୍ରାର୍ଥୀ ପ୍ରିନ୍ସ ରାକେଶ ନାୟକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀଙ୍କ ଠାରୁ ୩୪୭୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ତିହିଡି଼ ବ୍ଲକର ୬ ନଂ ଜୋନର ବିଜେଡ଼ି ପ୍ରାର୍ôଥନୀ ସୁଜାତା ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥିନୀଙ୍କ ଠାରୁ ୨୫୯୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଧାମନଗର ବ୍ଲକ ୧୦ ନଂ ଜୋନର ବିଜେଡ଼ି ପ୍ରାର୍ଥିନୀ ଟୁନିବାଳା ବିଶ୍ୱାଳ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥିନୀ ରଞ୍ଜିତା ସ୍ୱାଇଁଙ୍କ ଠାରୁ ୪୦୬୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଭଦ୍ରକ ବ୍ଲକ୍ ୨୫ ନଂ ଜୋନ୍ ର ବିଜେଡ଼ି ପ୍ରାର୍ଥିନୀ ପ୍ରତିମା ଜେନା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥିନୀଙ୍କ ଠାରୁ ୭୪୧୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।
ସେହିପରି ବାସୁଦେବପୁର ବ୍ଲକର ୧୭ ନଂ ଜୋନର ବିଜେଡ଼ି ପ୍ରାର୍ଥିନୀ ଜୟନ୍ତୀ ବାରିକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥିନୀ ସନ୍ଧ୍ୟାରାଣୀ ଷଡ଼ଙ୍ଗୀଙ୍କ ଠାରୁ ୪୨୦୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବନ୍ତ ବ୍ଲକର ୧୪ ନଂ ଜୋନର ବିଜେଡ଼ି ପ୍ରାର୍ଥିନୀ ରୁନିତା ଦାସ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥିନୀ ସଂଯୁକ୍ତା ଦାସଙ୍କ ଠାରୁ ୧୦୪୫୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ଘୋଷିତ ହୋଇଛନ୍ତି । ଅନୁରୂପ ଭାବେ ଭଣ୍ଡାରିପୋଖରୀ ବ୍ଲକ୍ ୨୨ ନଂ ଜୋନ୍ ର ବିଜେଡ଼ି ପ୍ରାର୍ଥି ବଦ୍ରିନାରାୟଣ ରାଉତ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ରମେଶ ଭାରତୀଙ୍କ ଠାରୁ ୩୫୨୨ ଖଣ୍ଡ ଭୋଟରେ ବିଜୟୀ ଘୋଷିତ ହୋଇଛନ୍ତି ।