ଭଦ୍ରକ – ଭଦ୍ରକରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ତଥା ଜସ୍ନେ ଈଦ୍ – ମିଲାଦୁନ ନବୀ ଉପଲକ୍ଷେ ଭଦ୍ରକ ମୁସ୍ଲିମ୍ ଜମାତ୍ ପକ୍ଷରୁ ମଦିନା ମଇଦାନ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ମୁସ୍ଲିମ ଜମାତର ସଭାପତି ହାଜୀ ମହମ୍ମଦ ଅବଦୁଲ ବାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଉପସଭାପତି ମହମ୍ମଦ ଜକାୱଲା, ସାଧାରଣ ସମ୍ପାଦକ ଶେଖ୍ ଏନାମ୍ ମହମ୍ମଦ, ଯୁଗ୍ମ ସମ୍ପାଦକ ଅବଦୁଲ ମୁକିତ ଖାଁ ଓ ଶେକ ସିରାଜୁଦ୍ଦିନ, କୋଷାଧ୍ୟକ୍ଷ ଶେଖ ଅବୁକଲାମ, ମୀର୍ଜା ଏକ୍ରାମ ବେଗ, ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ କମିଟି ତଥା ଶିରତ କମିଟିର ସଭାପତି କୟୁମ ଅଲି ସାହା, ସମ୍ପାଦକ ହାଜୀ ଅନୱର ହୋସେନ ଏବଂ ଭଦ୍ରକର ସାହିବସ୍ତି ଓ କମିଟିର ସରଦାରମାନେ ମଧ୍ୟ ବୈଠକରେ ଅଂଶ ଗ୍ରହଣ କରିଥିଲେ । ଏହି ବୈଠକରେ ନିଷ୍ପତି ହେଲା ଚଳିତ ନଭେମ୍ବର ୧୦ ତାରିଖ (ରବିବାର) ପ୍ରଫେଟ ମହମ୍ମଦଙ୍କର ଜୟନ୍ତୀ ତଥା ଜସ୍ନେ ଈଦ୍-ମିଲାଦୁନ ନବୀ ପର୍ବ ଅନୁଷ୍ଠିତ ହେବ । ଏହି ଜୟନ୍ତୀରେ ପ୍ରଫେଟ ମହମ୍ମଦଙ୍କର ଶୋଭାଯାତ୍ରା ନିର୍ଦ୍ଧାରିତ ସମୟରେ ଭଦ୍ରକ ଚୌଖଣ୍ଡିରୁ ବାହାରି ପୁରୁଣାବଜାର ଛକ ହୋଇ ଲାହାପଟି, ସନ୍ଥିଆ, କଚେରୀ ବଜାର, ନୂଆବଜାର, କଦମ୍ବବେଢା ପରିକ୍ରମା କରି ମଦିନା ମଇଦାନରେ ୭୧ଟି ଜୁଲୁସ (ମେଢ) ଓ କାଫେଲା ପହଞ୍ଚିବ । ଶାନ୍ତି ଶୃଙ୍ଖଳା ଓ ଭାଇଚାରା ମଧ୍ୟରେ ପର୍ବଟି ପାଳନ କରାଯାଉଥିଲା ଏବଂ ଏବେ ବି କରାଯିବ । ଶୋଭାଯାତ୍ରା ପରିକ୍ରମା ସମୟରେ ଜିଲ୍ଲା ପ୍ରଶାସନର ନିୟମ ଅନୁଯାୟୀ ଓ ଟ୍ରାଫିକର ନୀତି ନିୟମ ଅନୁଯାୟୀ ସହର ପରିକ୍ରମା କରାଯିବ । ତତ୍ସହିତ ପୁରୁଣାବଜାର ମଦିନା ମଇଦାନ ପ୍ରାଙ୍ଗଣରେ ସନ୍ଧ୍ୟା ପରେ ଏକ ଧର୍ମସଭା ଅନୁଷ୍ଠିତ ହେବ । ଏହି ସଭାରେ ଏସ୍.ଏମ୍. ଫାରୁକ, ହାଜୀ କାଶିମ୍ ଖାଁ, ମୁସ୍ତାକ ଗୌହର, ମିଡିଆ ସେଲ ସଂଯୋଜକ ଶେଖ ଅନୱର, ହାଜୀ ଜୁଲଫୁକାର, ହବିବୁଲ୍ଲା ଖାଁ, ଜାୱେଦ ଅଖତର, ଅସରଫ ଅଲି, ନାସର ଅଲି, ଅବୁହୋସେନ ଖାଁ, କମିର ଅଲି, ହାଜୀ ଅବଦୁଲ୍ଲା, ହିଫଜୁର ରହେମାନ, ଲୋକମାନ ଖାଁ ଓ ସମସ୍ତ ଗାଁର ମୁରବୀ ସଭ୍ୟମାନେ ଉପସ୍ଥିତ ରହି ସଭାଟିକୁ ସାଫଲ୍ୟ ମଣ୍ଡିତ କରାଇଥିଲେ ।
Related Stories
September 16, 2024