ପୁରୀ,ଜହ୍ନ ସ୍ୱପ୍ନ ସାଗରର ଅମ୍ଳାନ ଚିହ୍ନ । ପିଲାଟି ଦିନରୁ ଜହ୍ନ ସହ ଶିଶୁର ମନ ଜଡିତ । ଜହ୍ନ ଏକ ସୁନ୍ଦର ପ୍ରତିବିମ୍ବ । ପ୍ରେମର ଅନନ୍ୟ ପ୍ରତୀକ । ଜହ୍ନ ରାଇଜକୁ ଯିବା ପାଇଁ ପିଲା ଦିନରୁ ଶିଶୁଟିର ସ୍ୱପ୍ନ ରହିଥାଏ । ସେହି ସ୍ୱପ୍ନକୁ ଗୀତରେ ସାକାର କରିଛନ୍ତି ଗୀତିକବି ଗୁରୁ ଶତପଥୀ । ସୁରସିଦ୍ଧି କ୍ରିଏସନ୍ର ଜହ୍ନ ରାଇଜରେ ଜାଗାଟେ କିଣିଛି ଗୀତକୁ ନେଇ ଶ୍ରୋତାଙ୍କ ମନ ଏବେ ଜହ୍ନ ରାଇଜରେ ଉଡୁଛି ବୋଲି ପୁରୀ ସହରରେ ଚର୍ଚ୍ଚା ହେଉଛି । ଖାଲି ଜହ୍ନ ରାଇଜରେ ଜାଗା କିଣାଯାଇନି ସେଥିରେ ଏକ ସ୍ୱପ୍ନର ଘର ତୋଳିବା ପାଇଁ କବି ଗୀତ ଜରିଆରେ ଶ୍ରୋତାଙ୍କ କାନରେ ଶୁଣାଇଛନ୍ତି । ଘରଟି ଇଟା ପଥରରେ ତିଆରି ହେବନି, ଫୁଲରେ ତିଆରିବା ପାଇଁ ଗୀତରେ ବାର୍ତା ରହିଛି ଏବଂ ଯେଉଁ ଘରେ ପ୍ରେମ, ଆସକ୍ତି ଓ ମିଳନର ସତା ରହିିଛି । ଗୀତିକାର ମର୍ତ୍ୟ, ପାତାଳକୁ ଛାଡି ଜହ୍ନ ରାଇଜରେ ଏକ ସ୍ୱପ୍ନର ଘର ନିର୍ମାଣ କରିବା ପାଇଁ ଗୀତ ଜରିଆରେ ଜଣାଇଛନ୍ତି । ଏହି ଗୀତର ଧାରାକୁ ସୁମଧୁର କରିବା ପାଇଁ ଓଡିଶାର କୋକିଳକଣ୍ଠୀ ଇରା ମହାନ୍ତି କଣ୍ଠଦାନ କରିଛନ୍ତି । ତାଙ୍କ ସହିତ ପ୍ରସିଦ୍ଧ କଣ୍ଠଶିଳ୍ପୀ କାର୍ତିକ କୁମାରଙ୍କ କଣ୍ଠଦାନ ଏକ ଅନନ୍ୟ ଅନୁଭୂତି ଆଣିଦେଉଛି ବୋଲି ଶ୍ରୋତାମାନେ କହିଛନ୍ତି । ସଙ୍ଗୀତ ସଂଯୋଜନା ମଧ୍ୟ କରିଛନ୍ତି କାର୍ତିକ କୁମାର । ସେହି ଜହ୍ନ ରାଇଜରେ ଉଭୟ ପ୍ରେମିକ ଓ ପ୍ରେମିକା କିପରି ଖୁସିରେ ଦିନ କାଟିବେ ସେ ସମ୍ପର୍କରେ ଗୀତରେ ଦର୍ଶାଯାଇଛି । ସେହି ସ୍ଥାନରେ ମନ ହେଉଛି ଏକ ବିରାଟ ଅଗଣା । ଅଗଣାରେ ଫୁଟିଥିବା ପୁଷ୍ପ କଢି ଚାହିଁ ରହିଛି । ଅନେକ ସ୍ୱପ୍ନ ଦେଖିଛନ୍ତି ଉଭୟ । ତାରାଗୁଡିକ ଫୁଲ ହୋଇ ସଜେଇ ହୋଇଛନ୍ତି । ପରିବେଶ ମହମହ ବାସୁଛି । ଫୁଲର ନାଲି ରଙ୍ଗ ପ୍ରେମିକାର ସିନ୍ଥିରେ ସିନ୍ଦୁର ହୋଇ ଲାଗିରହିଛି ବୋଲି ଗୀତରେ ବୋଲାଯାଇଛି । ପ୍ରେମିକା ପାରିଜାତର ବାସ୍ନା ବୋଲି କୁହାଯାଇଛି । ପ୍ରେମିକା କୋଳରେ ମୁଣ୍ଡ ଥୋଇ ପ୍ରେମିକ ସେହି ଘରେ ଜୀବନ ବିତେଇବା ପାଇଁ ଗୀତରେ ଶୁଣାଯାଇଛି । ଏହି ପ୍ରେମକୁ ନେଇ ଜହ୍ନ ରାଇଜ ସହ ମର୍ତ୍ୟମଣ୍ଡଳରେ ଆଲୋଚନା ହେଉଥିବା ଗୀତରେ ବୋଲାଯାଇଛି ।
Related Stories
November 23, 2024