ଭୁବନେଶ୍ୱର , ରାଜ୍ୟରେ ଆଜି ଅନ୍ତିମ ତଥା ପଂଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି । ପଂଚାୟତ ନିର୍ବାଚନରେ ବିଜୁ ଜନତା ଦଳ ପୁଣି ୧ ନମ୍ବର ଦଳ ହେବ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ । ସେ କହିଛନ୍ତି ଏହି ପଂଚାୟତ ନିର୍ବାଚନରେ ବିଜେଡି ପ୍ରଥମ ସ୍ଥାନରେ , କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଓ ବିଜେପି ତୃତୀୟ ସ୍ଥାନରେ ରହିବ । ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ବିଜେପି ଯେଉଁ ଦାବି କରୁଛି ତାହା ଉପହାସ ଓ ହସ ଲାଗୁଛି । ତୃଣମୂଳ ସ୍ତରରେ ବିଜେପି ନାହିଁ । ଅନେକ ସ୍ଥାନରେ ବିଜେପି ପୋଷ୍ଟର ମାରିପାରୁନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।
Related Stories
May 16, 2024