
ଉମିଦ୍ ଫାଉଣ୍ଡେସନ ଏବଂ ଆମ ଶ୍ରୀକ୍ଷେତ୍ର ବାସୀ ପକ୍ଷରୁ ମିଳିତ ଭାବେ ପୁରୀ ସହର କୁ ସ୍ୱଚ୍ଛ ସବୁଜରେ ଶ୍ରେଷ୍ଠ ସହରରେ ପରିଣତି ପ୍ରତ୍ୟେକ ରବିବାର ସଫେଇ କାର୍ଯ୍ୟକ୍ରମ କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା । ସେହି ପରିପ୍ରେକ୍ଷୀରେ ଆଜି ଠାରୁ “ଆମ ପରିବେଶ ଆମ ଦାୟିତ୍ଵ” କାର୍ଯ୍ୟକ୍ରମ ତାଳବଣିଆ ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ୱତପ୍ରବୃତ ଭାବେ ଅନେକ ସହରବାସୀ ଯୋଗ ଦେଇଥିଲେ। ପ୍ରତ୍ୟେକ ରବିବାର ଏହି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଶିଶୁ ସମାଚାର ସମ୍ପାଦକ ଶ୍ରୀ ସୁକାନ୍ତ ପଣ୍ଡା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉମିଦ ଫାଉଣ୍ଡେସନ ର ସମସ୍ତ କର୍ମକର୍ତ୍ତାଙ୍କ ସମେତ ଆଇନଜୀବୀ ଦୀପକ ପଣ୍ଡା, ସତ୍ୟନାରାୟଣ ସାହୁ, ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସମ୍ପାଦନ କରିଥିଲେ।