ଗଞ୍ଜାମ,ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବାଲ୍ୟ ବିବାହକୁ ରୋକିବାରେ ସଫଳ ହୋଇଛି ବ୍ଲକ ପ୍ରଶାସନ । ଏ ସମ୍ପର୍କରେ ଖବର ପାଇ ବିଡ଼ିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡ଼ା ଓ ସିଡ଼ିପିଓ ଅଂଶୁପା ସାହୁ ଘଟଣାସ୍ଥଳରେ ପହଂଚି ଏହି ବାଲ୍ୟ ବିବାହକୁ ରୋକିଥିଲେ । ମିଥୁନ ଦାଶଙ୍କ କନ୍ୟା ଜ୍ୟୋତି ଦାଶଙ୍କ କମ୍ ବୟସରେ ବିବାହ କରାଯାଉଥିଲା । ଆଜି ଏ ସଂକ୍ରାନ୍ତରେ ସିଡ଼ିପିଓ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଏବଂ ଏହି ଘଟଣାରେ ଜାତି ମୁଖିଆଙ୍କୁ ମଧ୍ୟ ଜଡ଼ିତ କରାଯାଇଛି ।
Related Stories
November 22, 2024