ଭଦ୍ରକ – କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଆଜି ସିଟୁ ନେତୃତ୍ୱରେ ଶ୍ରମିକ ଓ କୃଷକମାନେ ଆନ୍ଦୋଳନ କରିଛନ୍ତି । ସିଟୁର ଜିଲା ସଭାପତି ତଥା ବରିଷ୍ଠ ଆଇନ୍ଜୀବୀ ଦିବ୍ୟସିଂ ନାୟକଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ବନ୍ତଛକରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚଥିଲା । ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ କୃଷକ ସଭା, ସିଟୁ, କ୍ଷେତ ମଜଦୁର ଭଳି ୟୁନିୟନ୍ର ନେତା ଦିବ୍ୟସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ପ୍ରଭାସ ମହାପାତ୍ର, ରବି ନାୟକ, ନାରାୟଣ ଦାଶ, ନିରଂଜନ ପାଣି, ମଳୟ ଭୋଇ, ବିଷ୍ଣୁ ଦାଶ, ପ୍ରଫୁଲ୍ଲ ପାଢୀ, ନିର୍ମଳ ଦଳେଇ, ଜଏନୁଲ ଆବେଦିନ, ରାଧା ଦାସ, ସେକ୍ ସିକୁ, ମିର୍ ମଇଉଦ୍ଦିନ୍, ଅଭିରାମ ବଳ, ବିକାଶ ନାଥ, ଭଗବାନ ପଲେଇ ପ୍ରମୁଖ କେନ୍ଦ୍ର ସରକାର ବିରୁଦ୍ଧରେ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ସେମାନେ ଦେଇଥିବା ଅଭିଭାଷଣରେ ଆମ ଦେଶ ସ୍ୱାଧୀନତା ପ୍ରାପ୍ତିର ୭୨ ବର୍ଷ ପରେ ମଧ୍ୟ କୃଷକମାନେ ନିଜ ଫସଲର ଉଚିତ୍ ମୂଲ୍ୟ ନପାଇ ଆତ୍ମହତ୍ୟା କରୁଛନ୍ତି । ଦେଶର ସମସ୍ତ ରାଷ୍ଟ୍ରାୟତ୍ତ କଳକାରଖାନା ଗୁଡିକ ଘରୋଇ କରଣ ହୋଇଚାଲିଛି । ପ୍ରାୟ ୬ ଲକ୍ଷରୁ ଉଦ୍ଧ୍ୱର୍ ଛୋଟବଡ ଶିଳ୍ପ ଦେଶରେ ବନ୍ଦ ହୋଇଯାଇଛି । ବେକାରୀ ଓ ବଜାର ଦର ବୃଦ୍ଧି ହେବା ସହ ଦିଲ୍ଲୀରୁ ପଲ୍ଲୀ ଯାଏ ବଜାର ଆର୍ଥିକ ମାନ୍ଦାବସ୍ଥାରେ ପହଞ୍ôଚଥିବାବେଳେ କେନ୍ଦ୍ର ସରକାର ଆଜି ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ୍ (ଆରସିଇପି) ରେ ଦସ୍ତଖତ କରୁଛନ୍ତି । ଏଣୁ ଆମ ଦେଶର ଚାଷୀ କ୍ଷୁଦ୍ର ଉଦ୍ୟୋଗୀମାନେ ତାଙ୍କର କ୍ଷେତରୁ ଉପଯୁକ୍ତ ଦ୍ରବ୍ୟ ଆଉ ବିକ୍ରି କରିପାରିବେ ନାହିଁ । ବିଶେଷକରି ଦେଶର ସାର୍ବଭୌମତ୍ୱ ବିପଦର ସମ୍ମୁଖୀନ ହେବ । ତେଣୁ ସମଗ୍ର ଦେଶର ଚାଷୀ ମୂଲିଆ ଓ ଶ୍ରମଜୀବୀମାନେ କେନ୍ଦ୍ର ସରକାର ଆମେରିକା ନିକଟରେ ଯେଭଳି ମୁଣ୍ଡ ବିକ୍ରି କରି ଆରସିଇପି ରେ ଦସ୍ତଖତ କରୁଛନ୍ତି, ତାହାର ଦୃଢ ପ୍ରତିବାଦ କରିବାକୁ ଆହ୍ୱାନ ଦେବା ସହ ତାହାକୁ ତୀବ୍ର ନିନ୍ଦା କରିଥିଲେ । ଶେଷରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ ।