
ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟରେ ବିଶ୍ବବ୍ୟାଙ୍କ ସହାୟତାରେ ଏକ ଦିବସୀୟ କ୍ୟାରିଅର କାଉନସେଲିଂ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା ସ୍ମାର୍ଟକ୍ଲାସ ରୁମରେ ଡିଜିଟାଲ ମୋଡ଼ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନରସିଂହ ପାଢ଼ୀ, ଏଲଦଡିଏମ ଭାରତୀୟ ଷ୍ଟେଟ ବ୍ୟାଙ୍କ ଯୋଗଦାନ କରି ସ୍ନାତକ ପାଠ ସାରିବା ପରେ ଛାତ୍ରଛାତ୍ରୀ କିପରି ବ୍ୟାଙ୍କିଙ୍ଗ କ୍ଷେତ୍ରରେ କର୍ମ ନିଯୁକ୍ତି ପାଇପାରିବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ବ୍ୟାଙ୍କିଙ୍ଗ କ୍ଷେତ୍ରରେ କୌଣସି ପ୍ରକାର ମେରିଟ ନଥିବା ସତ୍ତ୍ଵେ କଠିନ ପରିଶ୍ରମ ଓ ନିୟମିତ ଅଭ୍ୟାସ ଦ୍ଵାରା ଛାତ୍ରଛାତ୍ରୀ ମାନେ ସଫଳତା ପାଇପାରିବେ ବୋଲି ଶ୍ରୀ ପାଢ଼ୀ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମକୁ ଆଇକ୍ୟୁଏସି ସେଲର ସଂଯୋଜକ ଡଃ. ରଞ୍ଜନ କୁମାର ସ୍ଵାଇଁ ପରିଚାଳନା କରିଥିବା ବେଳେ ପ୍ରମିୟ କୁମାର ମହାନ୍ତି, କ୍ୟାରିଅର କାଉନସେଲିଂ ସଂଯୋଜକ ପ୍ରତ୍ୟେକ୍ଷ ଉପସ୍ଥିତ ରହି ପ୍ରୋଜେକ୍ଟର ମାଧ୍ୟମରେ କ୍ୟାରିଅର କାଉନସେଲିଂର ଉଦ୍ଦେଶ୍ୟ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଅଧ୍ୟାପକ ଲିଙ୍ଗରାଜ ମିଶ୍ର, ଅର୍ଥନୀତି ବିଭାଗ ଯୋଗଦାନ କରି ଭବିଷ୍ୟ ପନ୍ଥା ଉପରେ ଆଲୋକପାତ କରିଥିଲେ । ଅର୍ଥନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅରୁଣ କୁମାର ପାଣ୍ଡରାକି, ବାଣିଜ୍ୟ ବିଭାଗ ଅଧ୍ୟାପକ ବି. ଗୁପ୍ତେଶ୍ଵର ରାଓ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଯୁକ୍ତ ତିନି କଳା ଓ ବାଣିଜ୍ୟର ଏକ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଶେଷଜ୍ଞଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ଏହି କାର୍ଯ୍ୟକ୍ରମ କୋଭିଡ୍ ନିୟମ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ଶେଷରେ ପ୍ରମିୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।