
ପାରାଦ୍ୱୀପ, ଢ଼ିଙ୍କିଆରେ ସାଧାରଣଜନତାଙ୍କୁ ପୋଲିସର ମାଡ଼, ଠେଲାପେଲା ସହ ପୁଣି ଥରେ ଉତେଜନା ପ୍ରକାଶ ପାଇଛି । ଆଜି ହାଇକୋର୍ଟର ୫ ଜଣିଆ କମିଟିଙ୍କ ଗସ୍ତ ବେଳେ ସେଠାରେ ଉତେଜନା ଦେଖାଦେଇଛି । କମିଟି ସହ ଯାଇଥିବା ଜଣେ ସାମାଜିକ କର୍ମୀଙ୍କୁ ଠେଲାପେଲା କରିଥିଲେ ଲୋକେ । ଏପରିକି ଜଣେ ଶିଳ୍ପ ବିରୋଧି ନେତାଙ୍କ ଉପରେ ମଧ୍ୟ ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ହାଇକୋର୍ଟ କମିଟି ଓ ପୋଲିସ ଉପସ୍ଥିତିରେ ଏହି ଘଟଣା ଘଟିଥିବା ଜଣାପଡିଛି ।