
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ତାକରଡ଼ା ଗ୍ରାମର ବାଘୁଆ କେନାଲ ହୁଡ଼ାରେ ଥିବା ଏକ ବରଗଛରେ ଆଜି ସକାଳେ ଜଣେ ଯୁବକଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା । ଖବର ପାଇ ବୁଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ଉପଖଣ୍ଡ ଡ଼ାକ୍ତରଖାନାକୁ ପଠାଇଛନ୍ତି । ଯୁବକ ଜଣକ ହେଲେ ସେହି ଗ୍ରାମର ନାରାୟଣ ପ୍ରଧାନ (୩୬) । ସେ ଆତ୍ମହତ୍ୟା କରିବାର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି । ଏ ସଂକ୍ରାନ୍ତରେ ବୁଗୁଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଥିବା ନେଇ ଆଇଆଇସି ଚିତରଞ୍ଜନ ବେହେରା ସୂଚନା ଦେଇଛନ୍ତି ।