ଛତ୍ରପୁର : ଛତ୍ରପୁର ରେଳ ଷ୍ଟେସନ ଓ ଏହାର ପରିପାଶ୍ୱିକ ଭିତ୍ତିଭୂମିର ଉନ୍ନତି ନିମନ୍ତେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସୋମବାର ଦିନ ଖୋର୍ଦ୍ଧା ଡି.ଆର.ଏମ ଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବୀ ପତ୍ରରେ ଛତ୍ରପୁରରେ ସମସ୍ତ ଦୃତଗାମୀ ଟ୍ରେନ ରହିବା, ଛତ୍ରପୁର ବଡ ରେଡିକା ସାହି ନିକଟସ୍ଥ ୨୯୧ ରେଳଫାଟକକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ,ରମ୍ଭା ଷ୍ଟେସନରେ ବିଭିନ୍ନ ଦୃତଗାମୀ ଟ୍ରେନ ରହିବା , ନରସିଂହପୁର ଷ୍ଟେସନକୁ ପୁନଃକାର୍ଯ୍ୟକ୍ଷମ କରାଇବା ଆଦି ଦାବୀ ରଖାଯାଇଛି । ଛତ୍ରୁପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଖୋର୍ଦ୍ଧା ଡି.ଆର.ଏମ ଶଶୀକାନ୍ତ ସିଂଙ୍କୁ ସାକ୍ଷାତ କରି ସମସ୍ତ ଦାବୀ ଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଦାବୀ ଗୁଡିକୁ ତୁରନ୍ତ ପୁରଣ ନିମନ୍ତେ ନିଶ୍ଚିତ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବୀପତ୍ର ପ୍ରଦାନବେଳେ ପୂର୍ବତନ ସାଂସଦ ପ୍ରତିନିଧି ଜି. ପାପା ରାଓ ଉପସ୍ଥିତ ଥିଲେ ।
Related Stories
December 2, 2024