– ଏପର୍ଯ୍ୟନ୍ତ ୪୪ ଅଧିକାରୀ ବରଖାସ୍ତ ,୧୧ ଜଣଙ୍କ ପେନସନ୍ ବନ୍ଦ , ୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର – ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ସ୍ୱରୂପ ମୁଖ୍ୟମନ୍ତ୍ରୀ ଆଜି ପୁଣି ୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି । ଏହାସହ ୫ ଜଣଙ୍କ ପେନସନ୍ ସୁବିଧା ସ୍ଥାୟୀ ଭାବେ ବନ୍ଦ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଏହାକୁ ମିଶାଇ ଗତ ଦୁଇ ମାସ ମଧ୍ୟରେ ୪୪ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିବା ବେଳେ ୧୧ ଜଣଙ୍କ ପେନସନ୍ ସ୍ଥାୟୀ ଭାବେ ବନ୍ଦ କରାଯାଇଛି ଏବଂ ୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ସୋମବାର ଦିନ ସ୍ଥାୟୀ ଭାବେ ପେନସନ୍ ବନ୍ଦ କରାଯାଇଥିବା ଅଧିକାରୀମାନଙ୍କ ମଧ୍ୟରେ ୩ ଜଣ ଅବସରପ୍ରାପ୍ତ ଓଏଏସ୍ ଅଧିକାରୀ ରହିଛନ୍ତି । ସେମାନେ ହେଲେ ବରଗଡ ମ୍ୟୁନୁସିପାଲଟିର ପୂର୍ବତନ ନିର୍ବାହୀ ଅଧିକାରୀ ନବୀନ ସେଠ, ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ୍ ର ପୂର୍ବତନ ବିଡିଓ ସନାତନ ସେଠୀ ଓ କୋରାପୁଟର ପୂର୍ବତନ ଆରଟିଓ ପୁରନ୍ଦର ପୁଜାରୀ । ଏମାନଙ୍କ ବ୍ୟତୀତ ସୁନ୍ଦରଗଡ ଜିଲ୍ଲା ବଣାଇ ଆରଡବ୍ଲୁ ସବୁ ଡିଭିଜନ୍ ର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ନିରଂଜନ ଜେନା ଓ ମୟୁରଭଂଜ ଜିଲ୍ଲା ଖୁଂଟା ବ୍ଲକ୍ ର ପୂର୍ବତନ ଜୁନିୟର ଇଂଜିନିୟର ପିତାମ୍ବର ପ୍ରତିହାରୀଙ୍କ ପେନସନ୍ ମଧ୍ୟ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।
ର୍ସେହିପରି ଆଜି ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ବ୍ଲକ୍ ପୂର୍ତ ବିଭାଗର ସହକାରୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ଦାସ , ସମ୍ବଲପୁର ଧାନକୁଡା ବ୍ଲକ୍ ଜୁନିଅର ଇଂଜିନିୟର ବୁଦ୍ଧିରାମ ଶୁନିଆନି , ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ୍ ପ୍ରୋଗ୍ରେସ୍ ଆସିଷ୍ଟାଂଟ ସୁରେନ୍ଦ୍ର ଚନ୍ଦସ୍ର ମିଶ୍ର , ଅନୁଗୁଳ ଜିଲ୍ଲା ଜଙ୍ଗଲ ବିଭାଗ ୱାର୍କିଂ ପ୍ଲାନ୍ ଅଫିସ୍ ର ଫରେଷ୍ଟ ରେଂଜ ଅଫିସର ହେମନ୍ତ କୁମାର ପଣ୍ଡା , ବ୍ରହ୍ମପୁର ପୂର୍ତ ବିଭାଗ ଏନଏଚ ଡିଭିଜନ୍ ର ସହକାରୀ ନିର୍ବାହୀ ଯନ୍ତ୍ରୀ ପୃଥ୍ୱୀରାଜ ଲେଙ୍କା ଏବଂ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ଜଳସମ୍ପଦ ବିଭାଗର ଆସିଷ୍ଟାଂଟ ଇଂଜିନିୟର ସୁଶୀଲ କୁମାର ସେଠ ।
ଉପରୋକ୍ତ ସମସ୍ତ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିର୍ବାରଣ ବିଭାଗ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।