ଜୟପୁର – ଜୟପୁର ଠାରେ ବିଦ୍ୟୁତ ଡିପ୍ଲୋମା ଇଞ୍ଜିନିୟର ମାନଙ୍କ ଏକ ଜରୁରିକାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଇଂ. ବଳରାମ ପ୍ରସାଦ ବସୁ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନଷ୍ଠିିତ ଏହି ବୈଠକରେ ସଂଘର ସଭ୍ୟ ଓଏଚପିସି, ଓପିଟିସିଏଲ ଏବଂ ସାଉଥ କୋ ୟୁଟିଲିଟିରେ କାର୍ଯ୍ୟରତ ଜୟପୁର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା ଡିଭିଜନର ସମସ୍ତ ଡିପ୍ଲୋମା ଇଞ୍ଜିନିୟର ୬୦ ଜଣ ସଭ୍ୟ ଉପସ୍ଥିତ ହୋଇଥିଲେ ।
ଜୟପୁର ବିଦ୍ୟୁତ ସର୍କଲର ସଂଘର ସହକାରୀ ସାଧାରଣ ସମ୍ପାଦକ ଇଂ. ଦିବାକର ସାହୁ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ବିଭାଗୀୟ କାର୍ଯ୍ୟକୁ ଆନ୍ତରିକତା ସହ କଠିନ ପରିଶ୍ରମ କରି ଆଗେଇ ନେଉଥିବା ବେଳେ ସେମାନଙ୍କ ସମସ୍ୟା ଗୁଡିକ ସମାଧାନ ଦିଗରେ ଓପିଟିସିଏଲ ଏବଂ ସାଉଥ କୋ କର୍ତୃପକ୍ଷଙ୍କ ବୈମାତ୍ରିକ ମନୋଭାବ ଯୋଗୁଁ ସମାଧାନ ହୋଇପାରୁ ନାହିଁ । ତେଣୁ ଦିନକୁ ଦିନ କାର୍ଯ୍ୟ କରିବାକୁ ମନୋବଳ ଦୁର୍ବଳ ସାଙ୍ଗକୁ ଏନେଇ କ୍ଷୋଭ ପ୍ରକାଶ ପାଇଛି । ଏହି ପରିପେକ୍ଷୀରେ ଉପସ୍ଥିତ ସଭ୍ୟ ମାନେ ମଧ୍ୟ ଆନ୍ଦୋଳନ କରିବାକୁ ପ୍ରସ୍ତାବ ଦେଇଥିଲେ । ଏ ସଂକ୍ରାନ୍ତରେ ସଂଘର ୧୮ ତମ କାର୍ଯ୍ୟକାରୀ କମିଟିର ନିଷ୍ପତି କ୍ରମେ ପ୍ରତି ୫ ବର୍ଷ ପୁରୁଣ କରିଥିବା କନିଷ୍ଠ ଯନ୍ତ୍ରୀଙ୍କୁ ସହକାରୀ ଯନ୍ତ୍ରୀ ରୂପେ ପଦୋନ୍ନତି ଦେବା, ଡିପ୍ଲୋମା ଇଞ୍ଜିନିୟର ମାନଙ୍କୁ ଇ-୫ରୁ ଇ-୬କୁ ପଦୋନ୍ନତି ଦେବା, ୧୯୯୧ ଜୁଲାଇ ୬ ତାରିଖ ସହ ଚୁକ୍ତି ଅନୁଯାୟୀ ଘର ଭଡା ୧୮/୨୦ ପ୍ରତିଶତ ଏବଂ ଚିକିତ୍ସା ଭତା ୦୫ ପ୍ରତିଶତ ପ୍ରଦାନ କରିବା, ଆବଶ୍ୟକ କର୍ମଚାରୀ ପଦବୀ ପୂରଣ କରିବା ଦିଗରେ ପଦେକ୍ଷପ ନେବା, ଦୈନନ୍ଦିନ କାର୍ଯ୍ୟ ତଦାରଖ ପାଇଁ ଆବଶ୍ୟକ ଉପକରଣ ପ୍ରଦାନ କରିବା, କନିଷ୍ଠ ଯନ୍ତ୍ରୀରୁ ସହକାରୀ ଯନ୍ତ୍ରୀକୁ ପଦୋନ୍ନତି ପାଇଥିବା ଡିପ୍ଲୋମା ଇଞ୍ଜିନିୟରଙ୍କୁ ଉପଯୁକ୍ତ ସ୍ଥାନରେ ଥାଇଥାନ କରିବା ଆଦି ଦାବୀ ଗୁଡିକ ସରକାର ଜାଣିଶୁଣି ସମାଧାନ କରିବା ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ତେଣୁ ଚଳିତ ମାସ ୧୫ ତାରିଖ ସୁଦ୍ଧା ସରକାର ଏବଂ ଓପିଟିସିଏଲ କର୍ତୃପକ୍ଷ ସମସ୍ୟାର ସମାଧାନ କରିବା ଦିଗରେ କୈାଣସି ପଦକ୍ଷେପ ନ ନେଲେ କାର୍ଯ୍ୟରତ ସମସ୍ତ ଡିପ୍ଲୋମା ଇଞ୍ଜିନିୟର ମାନେ ପ୍ରତ୍ୟେକ୍ଷ ଧର୍ମଘଟକୁ ଓହ୍ଲାଇବେ ବୋଲି ବିଧିବଦ୍ଧ ଭାବେ ସରକାରଙ୍କୁ ଜଣାଇଥବା ସଂଘ ସୂଚନା ଦେଇଛି ।