
କନ୍ଧମାଳ, ତୁମୁଡିବନ୍ଧ ପଞ୍ଚାୟତ ନିର୍ବାଚନର ମାହୋଲ୍ ଦିନକୁ ଦିନ ସରଗରମ ହେବାରେ ଲାଗିଛି । ତୁମୁଡିବନ୍ଧ ବ୍ଲକରେ ଜିଲ୍ଲା ପରିଷଦ ୯ ନମ୍ବର ଜୋନର ପ୍ରାର୍ଥୀ ଭାବରେ ବିଜୁ ଜନତା ଦଳ ତରଫରୁ ନବୀନ ପାତ୍ର ମନୋନୀତ ହୋଇଛନ୍ତି । ଜିଲ୍ଲା ପରିଷଦ ପାର୍ଥୀ ନବୀନ ପାତ୍ର ଓ ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ କୁମାର ସାହୁ ଲୋକଙ୍କ ପାଖକୁ ଯାଇ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝୁଛନ୍ତି ।
ଏ ବିଷୟରେ ଜିଲ୍ଲା ପରିଷଦ ପାର୍ଥୀ ନବୀନ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୋର ବିଜୟ ଜନସାଧାରଣଙ୍କ ହାତରେ । ଏହି ସୁଯୋଗରେ ଲୋକଙ୍କର କିଛି ସମସ୍ୟା ବିଷୟରେ ଅବଗତ ଥିଲେ ନିର୍ବାଚନ ସରିବା ପରେ ମୁଁ ବିଜୟ ହୁଏ କିମ୍ବା ପରାଜୟ ହୁଏ, କିନ୍ତୁ ମୋ ଦ୍ଵାରା ଯାହା ବି ସମ୍ଭବ ମୁଁ ସମସ୍ୟାର ଦୂରୀକରଣ କରିବା ପାଇଁ ଚେଷ୍ଟା କରିବି । ତୁମୁଡିବନ୍ଧ ବ୍ଲକର ଏଗାର ଗୋଟି ପଞ୍ଚାୟତର ଜନସାଧାରଣ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପାର୍ଥୀ ନବୀନ ପାତ୍ରଙ୍କୁ ବିପୁଳ ଭୋଟରେ ବିଜୟ କରାଇବୁ ବୋଲି ପ୍ରତିକ୍ରିୟା ରଖିଛନ୍ତି ।