ସମ୍ବଲପୁର, ସମ୍ବଲପୁର ଜିଲ୍ଲା ଧନକୋଉଡ଼ା ବ୍ଲକ ଜୋନ-୨ ର ବିଜେଡି ପ୍ରାର୍ଥୀ ସୁଦର୍ଶନ ହରିପାଲଙ୍କ ସପକ୍ଷରେ ସମ୍ବଲପୁର ଜିଲା ବିଜେଡି ସଭାପତି ଇଂ.ସିଦ୍ଧାର୍ଥ ଦାସଙ୍କ ନେତୃତ୍ୱରେ ବସନ୍ତପୁର ଓ କଳାମାଟି ପଞ୍ଚାୟତରେ ବ୍ୟାପକ ପ୍ରଚାର ଅଭିଯାନ ତଥା ଗ୍ରାମସଭାମାନ ସଂଗଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସମସ୍ତ ଜନବାଦୀ ଓ ଲୋକାଭିମୁଖୀ ତଥା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟକ୍ରମ ସମ୍ପର୍କରେ ଘର ଘର ବୁଲି ଜନସାଧାରଣ ମାନଙ୍କୁ ସଚେତନ କରାଯାଇଥିଲା । ଏହି ସମସ୍ତ ଜନକଲ୍ୟାଣ ଯୋଜନାର ସୁଫଳ କିଭଳି ସବୁ ହିତାଧିକାରୀ ପାଇ ପାରିବେ ସେଥି ନିମନ୍ତେ ବିଜୁ ଜନତା ଦଳର ପ୍ରାର୍ଥୀ ମାନଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ ।
ଏହି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ. ସିଦ୍ଧାର୍ଥ ଦାସଙ୍କ ସହ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି, ମହିଳା ବିଜେଡି ରାଜ୍ୟ ଉପସଭାନେତ୍ରୀ ତଥା ଗତ ବିଧାନସଭା ନିର୍ବାଚନର ବିଜେଡି ପ୍ରାର୍ଥୀନୀ ଇଂ.ରୀନା ତନ୍ତୀ, ସମ୍ବଲପୁର ଜିଲ୍ଲା ବିଜେଡି ଉପସଭାପତି ଅଶୋକ କୁମାର ମହାକୁର, ସମ୍ବଲପୁର ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କାହ୍ନୁ ଚରଣ ମିଶ୍ର, ଜିଲ୍ଲା ବିଜେଡି ଏସସି-ଏସଟି ସେଲ୍ ସଭାପତି ମୋତିଲାଲ ତନ୍ତୀ, ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା, ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀପ୍ରସାଦ ମହାପାତ୍ର, ମହିଳା ବିଜେଡି ରାଜ୍ୟ ସମ୍ପାଦିକା ମିତାଲି ସାହୁ, ମହିଳା ବିଜେଡି ଜିଲ୍ଲା ସାଧାରଣ ସମ୍ପାଦିକା ସୁବର୍ଣ୍ଣ ନାୟକ, ବାଞ୍ଛାନିଧି ମିଶ୍ର, ବୁଲୁ ଦେବତା, ଅରବିନ୍ଦ ତ୍ରିପାଠୀ, ଇଂ.ନିଶିଥ ଆକାଶ, ଅଭିମନ୍ୟୁ ରାଉତ, ଲଳିତ ଅଗ୍ରୱାଲ, ଜୀତୁ ମିଶ୍ର, ଚିତ୍ତରଞ୍ଜନ ରାଉଳ, ଷ୍ଟିଫେନ ତିର୍କି, ଦେବାଶିଷ ଦାଶଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ବିଜେଡି ପ୍ରାର୍ଥୀ ସୁଦର୍ଶନ ହରିପାଲଙ୍କ ସପକ୍ଷରେ ପ୍ରଚାର କରିଥିଲେ ।