ଭଦ୍ରକ – ଏହି ଜିଲାର ବାସୁଦେବପୁର ଥାନା ଅଧୀନସ୍ଥ ରାଧାନାଥ ଗ୍ରାମରେ ଜଣେ ଭଣ୍ଡବାବାଙ୍କୁ ନିସ୍ତୁକ ମାଡ ମାରିଛନ୍ତି ଗ୍ରାମବାସୀମାନେ । ପୂଜା ନାଁରେ ମହିଳାଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି ଏହି ଭଣ୍ଡ ବାବଙ୍କ ନାମରେ । ପ୍ରାପ୍ତ ଖବର ଅନୁଯାୟୀ, ସଂପୃକ୍ତ ବାବା ଜଣେ ନିଃସନ୍ତାନ ଦମ୍ପତିକୁ ପୂଜା ନାଁରେ ଫସାଇ ଶନିବାର ରାତିରେ ମହିଳା ଜଣଙ୍କୁ ଶ୍ମଶାନ ନେଇ ପୂଜା କରିଥିଲା । ପୂଜା ସମୟରେ ସଂପୃକ୍ତ ବାବା ମହିଳାଙ୍କ ପ୍ରତି ଅସଦାଚରଣ କରିବାରୁ ସେ ପାଟି କରିଥିଲେ । ପାଟି ଶୁଣି ପରିବାର ଲୋକେ ଓ ଗ୍ରାମବାସୀ ସେଠାରେ ପହଂଚି ଥିଲେ । ପରେ ଗ୍ରାମବାସୀମାନେ ଭଣ୍ଡବାବାଙ୍କୁ ଗାଁରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ଘଟଣାସ୍ଥଳରେ ପୁଲିସ୍ ପହଂଚି ସଂପୃକ୍ତ ବାବାଙ୍କୁ ଲୋକଙ୍କୁ କବଳରୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତି କରିଛି । ପୋଲିସ ଏନେଇ ଅଧିକ ତଦନ୍ତ ଚଳାଇଛି ।
Related Stories
November 5, 2024