ଭଦ୍ରକ – ଆଜି ଭଦ୍ରକ ସହରାଚଂଳ ଥାନା ଅଧୀନସ୍ଥ କୋର୍ଟ ଗଳିରେ ଥିବା ଏକ ଲେଡିଜ୍ କର୍ଣ୍ଣରରେ କବାଟ ତଳୁ ପେଟ୍ରୋଲ ଢାଳି କେହି ଦୃର୍ବୁତ ନିଆଁ ଲଗାଇ ଦେଇଥିବାର ଅଭିଯୋଗ ହୋଇଛି । କିଛିଦିନ ପୂର୍ବରୁ ଏହିଭଳି ଭାବେ ଆଉ ଏକ ଦୋକାନରେ ମଧ୍ୟ ଦୃର୍ବୁତ ମାନେ ନିଆଁ ଲଗାଇ ଦେଇଥିଲେ । ଏଣୁ ଆଜିର ଏହି ଘଟଣାରେ ପୁରୁଣାବଜାର ରାସ୍ତାର ପୌରପାଳିକା କାର୍ଯ୍ୟାଳୟ ନିକଟରେ ବ୍ୟବସାୟୀମାନେ କିଛି ସମୟ ଧରି ରାସ୍ତାରୋକ କରି ପ୍ରତିବାଦ କରିଥିଲେ । ପୁଲିସ୍ ସେଠାରେ ପହଂଚି ସେମାନଙ୍କୁ ଅଭିଯୁକ୍ତକୁ ଧରିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଛି ।
Related Stories
November 24, 2024
November 24, 2024