ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ନୂଆପଡା ଜିଲ୍ଲା କୃଷକ ସାଥି ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀରେ କୃଷକ ସାଥିଙ୍କୁ ମାସିକ ୧୮ ହଜାର ଟଙ୍କା ଦରମା ପ୍ରଦାନ ସହ ସ୍ଥାୟୀ ନିଯୁକ୍ତି ଦେବାକୁ ନିବେଦନ କରିଛନ୍ତି । ଏହାସହ କୃଷକ ସାଥିମାନେ କୃଷି ବିଭାଗରେ ଗତ ୨୦୦୬ ମସିହାରୁ ମାଟି ନମୁନା ସଂଗ୍ରହ ସହ ପରୀକ୍ଷାଗାରକୁ ପଠାଇବା, କୃଷି ଉପକରଣ ବିକ୍ରୟରେ ସହଯୋଗ, ପ୍ରଧାନମନ୍ତ୍ରୀ କୃଷି ବୀମାରେ ସହଯୋଗ, ସରକାରଙ୍କ ନୂତନ ଯୋଜନା ଶ୍ରୀ ପ୍ରଣାଳୀ, ଧାଡି ଧାନ ରୁଆ, ଧାଡି ଧାନ ବୁଣାରେ ସାହାର୍ଯ୍ୟ, ରୋକପୋକ ସର୍ଭେକ୍ଷଣ, ବିହନ ବିତରଣରେ ସହଯୋଗ, କାଳିଆ ଯୋଜନାରେ ସହଯୋଗ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟରେ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ କରିଛନ୍ତି । ଆଜିର ଦାବୀପତ୍ର ପ୍ରଦାନ ବେଳେ ସଭାପତି ପଟେଲ, ରାଧେଶ୍ୟାମ ଭୋଇ, କିଶନଲାଲ ସାହୁ, ନରହରୀ ବାଗ, ନବିନ ଜାଲ, ଗୋଲାପ ତାଣ୍ଡି, ପୂର୍ଣ୍ଣଚନ୍ଦ୍ର ଭୋଇ, ଅମୂଲ୍ୟ ଯୋଷୀଙ୍କ ସମେତ ଅନ୍ୟାନ୍ୟ କୃଷକ ସାଥି ଉପସ୍ଥିତ ଥିଲେ ।
Related Stories
April 23, 2024