
କନ୍ଧମାଳ – ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଏବଂ ଜିଲ୍ଲା ଇ-ଲାଇବ୍ରେରୀ ଅନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ କ୍ୟାରିୟର କାଉନ୍ସସେଲିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି. ଜିଲ୍ଲାପାଳ ଡା. ବୃନ୍ଦା ଡି. ଏହାକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିବା ସହିତ ଡାକ୍ତରୀ ପାଠ୍ୟକ୍ରମ ଏବଂ ଭାରତୀୟ ପ୍ରଶାସନିକ ସେବା ପାଇଁ ତାଙ୍କର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ଉପସ୍ଥିତ ଉଚ୍ଚାକାଂକ୍ଷୀ ଛାତ୍ରଛାତ୍ରୀମାନଙ୍କୁ କରିଥିଲେ କରିଥିଲେ. ସେ କହିଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତି ପଛରେ କିଛି ନା କିଛି କାହାଣୀ ଅଛି, ମାତ୍ର ସଫଳ ବ୍ୟକ୍ତ ପଛରେ କେବଳ ସଫଳ କାହାଣୀ ହିଁ ଅଛି. ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କ ଭଳି ସେ ମଧ୍ୟ କେବଳ ପାଠ ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟ ଯେପରି ମନୋରଞ୍ଜନ, ପର୍ବପର୍ବାଣୀ ସବୁ କିଛି ଭୁଲିଯାଇଥିଲେ. ଲକ୍ଷ୍ୟ ଥିଲା, ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେବା. ଦୁଇବର୍ଷ ଡାକ୍ତର ଭାବେ କାର୍ଯ୍ୟ କରିବା ପରେ, ଗୋଟିଏ ଥରରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ. ସବୁରି ମୂଳରେ ଥିଲା ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଝ ô ବା ପାଇଁ ଥିବା ଲକ୍ଷ୍ୟ, ସକାରାତ୍ମକ ଚିନ୍ତାଧାରା, ଆତ୍ମବିଶ୍ୱାସ ଏବଂ ଅନବରତ କଠିନ ପରିଶ୍ରମ. ତାଙ୍କ ଅଭିଜ୍ଞତା ବର୍ଣ୍ଣନା କରିବାକୁ ଯାଇ ସେ କହିଥିଲେ ଯେ, ସ୍ୱଳ୍ପ ଓ ନିର୍ଦ୍ଧିଷ୍ଟ ସମୟ ପାଇଁ ପାଇଁ ମନୋରଞ୍ଜନ କରିପାର, ମାତ୍ର ଲକ୍ଷ୍ୟ ସ୍ଥଳରେ ପହଞ୍ଝ ô ବା ପାଇଁ କଠିନ ପରିଶ୍ରମ ହେବ ହେବ. ଇଣ୍ଟରନେଟ୍ ଓ ସୋସିଆଲ୍ ମିଡ଼ିଆର ସଦୁପଯୋଗ କରିବା ସହିତ ବିଭିନ୍ନ ପତ୍ରପତ୍ରିକା ଓ ସମ୍ବାଦପତ୍ର ନିୟମିତ ପଢ଼ିବା ଏବଂ ମୌଖିକ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ଇଂରାଜୀ କହିବା ଅଭ୍ୟାସ ଜାରୀ ରଖିବାକୁ ସେ ପରାମର୍ଶ ଦେଇଥିଲେ. ସେ ଯାହାହେଉନା କାହିଁକି, ଜଣେ ଦୃଢ଼ମନା ହିଁ ସଫଳତା ପାଇ ପାରିବ ବୋଲି ସେ କହିଥିଲେ. ଅନ୍ୟତମ ପରାମର୍ଶଦାତା ତଥା ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ବୀରେନ୍ଦ୍ର କୁମାର ଦାସ ଶିକ୍ଷା ସମାପନ ପରେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ନିଜର ଲକ୍ଷ୍ୟ ନିରୂପଣ ଓ ସେଥିପାଇଁ ନିଜର ଦକ୍ଷତା ଓ ମାନସିକତାକୁ ମଧ୍ୟ ଦୃଷ୍ଟି ଦେବାକୁ ଉପଦେଶ ଦେଇଥିଲେ. ଧିରେଧିରେ ଏହାକୁ ବୃଦ୍ଧି କରିପାରିଲେ, ସଫଳ ହେବାର ସମ୍ଭାବନା ଅଧିକ ଥାଏ ବୋଲି ସେ କହିଥିଲେ. ତେବେ ସେହି ସଫଳତା ପଛରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ପାଠ୍ୟ ବିଷୟବସ୍ତୁ ସହାୟତା ଦେଇଥାଏ ବୋଲି ଶ୍ରୀ ଦାସ କହିଥିଲେ. ଊକ୍ତ କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଏବଂ ଜିଲ୍ଲାପାଳ ସେମାନଙ୍କର ସନେ୍ଦହମୋଚନ କରିଥିଲେ. ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ଜୀବନଜୀବିକା ବିଶେଷଜ୍ଞ ଶ୍ରୀ ବୈଦ୍ୟନାଥ ଖଟୁଆ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରତୀକ କୁମାର ପରିଡ଼ା, ଇ-ଲାଇବ୍ରେରୀର କର୍ମଚାରୀ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସକ୍ରୀୟ ସହଯୋଗ କରିଥିଲେ. ସଫଳ ହେବାର ସମ୍ଭାବନା ଅଧିକ ଥାଏ ବୋଲି ସେ କହିଥିଲେ. ତେବେ ସେହି ସଫଳତା ପଛରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ପାଠ୍ୟ ବିଷୟବସ୍ତୁ ସହାୟତା ଦେଇଥାଏ ବୋଲି ଶ୍ରୀ ଦାସ କହିଥିଲେ. ଊକ୍ତ କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଏବଂ ଜିଲ୍ଲାପାଳ ସେମାନଙ୍କର ସନେ୍ଦହମୋଚନ କରିଥିଲେ. ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ଜୀବନଜୀବିକା ବିଶେଷଜ୍ଞ ଶ୍ରୀ ବୈଦ୍ୟନାଥ ଖଟୁଆ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରତୀକ କୁମାର ପରିଡ଼ା, ଇ-ଲାଇବ୍ରେରୀର କର୍ମଚାରୀ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସକ୍ରୀୟ ସହଯୋଗ କରିଥିଲେ. ସଫଳ ହେବାର ସମ୍ଭାବନା ଅଧିକ ଥାଏ ବୋଲି ସେ କହିଥିଲେ. ତେବେ ସେହି ସଫଳତା ପଛରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ପାଠ୍ୟ ବିଷୟବସ୍ତୁ ସହାୟତା ଦେଇଥାଏ ବୋଲି ଶ୍ରୀ ଦାସ କହିଥିଲେ. ଊକ୍ତ କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଏବଂ ଜିଲ୍ଲାପାଳ ସେମାନଙ୍କର ସନେ୍ଦହମୋଚନ କରିଥିଲେ. ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ଜୀବନଜୀବିକା ବିଶେଷଜ୍ଞ ଶ୍ରୀ ବୈଦ୍ୟନାଥ ଖଟୁଆ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରତୀକ କୁମାର ପରିଡ଼ା, ଇ-ଲାଇବ୍ରେରୀର କର୍ମଚାରୀ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସକ୍ରୀୟ ସହଯୋଗ କରିଥିଲେ.