କେନ୍ଦ୍ରାପଡ଼ା – ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ନୂତନ ଗୃହ ୧କୋଟି୪୧ଲକ୍ଷ୯୪ ହଜାର ଅଟକଳ ମୂଲ୍ୟରେ ନିର୍ମାଣ ହେବା ପାଇଁ ବିଧାୟକ ଶ୍ରୀଯୁକ୍ତ ଶଶିଭୂଷଣ ବେହେରାଙ୍କ କର କମଳରେ ଶିଳାନ୍ୟାସ କରାଗଲା ଉକ୍ତ ଉତ୍ସବରେ ମାନସକୁମାର ପରିଡା ସଭାପତି ଜିଲ୍ଲା ପରିଷଦ, ଅନାମ ବନ୍ଧୁ ଧଳ ଅଧ୍ୟକ୍ଷ ପଂଚାୟତ ସମିତି କେନ୍ଦ୍ରାପଡା, ଉର୍ମିଳା ମିଶ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ମୁଖ୍ୟ ଅଧିକାରୀ, ଶ୍ରୀକାନ୍ତ କୁମାର ସ୍ୱାଇଁ ମେଡିକାଲ ଅଫିସର, ରିନା ମଳିକ ସରପଂଚ ଇନ୍ଦୁପୁର, ସନ୍ତୋଷ ବେହେରା ସମିତି ସଭ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଇନ୍ଦୁପୁର ବଜାର ଠାରୁ ଶହ ଶହ କର୍ମୀମାନଙ୍କ ଗହଣରେ ମେଡିକାଲ ଶିଳାନ୍ୟାସ ସ୍ଥଳକୁ ଯାଇ ଶିଳାନ୍ୟାସ କରିବା ପରେ ରୋଗିକଲ୍ୟାଣ ସମିତି ବୈଠକ ବିଧାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କରାଯାଇ ପୂର୍ବ ବର୍ଷର ଖର୍ଚ୍ଚ ଉପସ୍ଥାପନ ହେବା ସହ ଚଳିତ ବର୍ଷ ପାଇଁ ଖର୍ଚ୍ଚ ଦାବି ଆଲୋଚନା ହୋଇ ପ୍ରସ୍ତାବ ଗୃହିତ ହୋଇଅଛି । ବିରୂପା ମହାବିଦ୍ୟାଳୟ ସଭାଗୃହରେ ଓଡିଶା ସାହିତ୍ୟ ଏକାଡେମୀ ଆନୁକଳ୍ୟରେ ଆମ ଗାଁ ଆମ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଅଛି । ଉକ୍ତ ଉତ୍ସବରେ ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅ୍ରତିଥି ଭାବେ ଯୋଗଦେଇଥିଲେ ଅନ୍ୟମାନଙ୍କ ମଧ୍ୟରେ ନିରାକାର ଦାସ କବି, ନନ୍ଦ କିଶୋର ପରିଡା ପୂର୍ବତନ ପ୍ରଧ୍ୟାପକ, ଡ. ସଂଗ୍ରାମ ରାଉତ ଅଧ୍ୟାପକ, ଅଭିଜିତ୍ ବୋଶ ଅଧ୍ୟକ୍ଷ ମହାବିଦ୍ୟାଳୟ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଡଃ. ବାସୁଦେବ ଦାସ ସଭାପତି ଆମ ଗାଁ ଆମ ସାହିତ୍ୟ ସଭାପରିଚାଳନା କରିଥିଲେ । ଆଲୋକ ସାହୁ ବ୍ଳକ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପ୍ରଦିପ୍ତ ମହାନ୍ତି, ପୂର୍ବତନ ବ୍ଳକ ଅଧ୍ୟକ୍ଷ, ସରପଂଚ ପୂନେନ୍ଦୁ ପ୍ରେମାନନ୍ଦ ଘଡାଇ, ନରହରି ମଳିକ,ନରୋତମ ମଳିକ, ଉଦୟନାଥ ମଳିକ, ଅଙ୍କୁର ମଳିକ, ଶରତ ସାମଲ , ହରିପଦ ବେହେରା, ବାସୁଦେବ ଜେନା, ସରୋଜ କାନ୍ତ ପଣ୍ଡା, ପ୍ରଫୁଲ୍ଳ ଜେନା, ଶିବ ପ୍ରସାଦ ଭଳ, ଦୁସ୍ମନ୍ତ ମଳିକ, ମିନତୀ ପରିଡା, ବାସୁଦେବ ମଲ୍ଲିକ, ସୁବାସ ପରିଡା, ଅଶୋକ ଜେନା, ନିରଞ୍ଜନ ବଳ, ରମେଶ ପରିଡା, ସେକ ନୁର, ଜିତେନ୍ଦ୍ର ରାଉତ ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ ।
Related Stories
November 24, 2024
November 24, 2024