ଭବାନୀପାଟଣା, ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଧିନସ୍ଥ ଅମାଟ ଠାରୁ ବେଆଇନ ମଦ ଚୋରାଚାଲାଣ ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିବା ସହ ବିଦେଶୀ ମଦ ପ୍ରାୟ ୩୩.୬୫ ଲିଟର ଜବତ କରିଥିଲେ । ଅଭିଯୁକ୍ତ ମାନଙ୍କ ନିକଟରୁ ମଦ ଚାଲାଣରେ ବ୍ୟବହୃତ ଏକ ମୋଟର ସାଇକେଲକୁ ମଧ୍ୟ ଜବତ କରିବାରେ ପୋଲିସ ସଫଳ ହୋଇଛି ।
ଜିଲ୍ଲାରେ ପଂଚାୟତ ନିର୍ବାଚନର ମାହୋଲ୍ ଚାଲିଥିବା ବେଳେ ମଦର ଚୋରା ଚାଲାଣ ମଧ୍ୟ ବଢିବାରେ ଲାଗିଛି । ଅଭିଯୁକ୍ତ ମାନେ ହେଲେ ଜ୍ୟୋତି ନାଗ (୩୧) ଅମାଠ ବେଦ ଯୁଆଡ (୪୫)ସାପ ସିଲେଟ ଏବଂ ଜୟ ପ୍ରକାଶ, କୋକୋମୁଣ୍ଡାର ଅଟନ୍ତି । କେସିଙ୍ଗା ପୋଲିସ ମଦ ଜବତ କରିବା ସହ ଏନେଇ ଅଧିକ ତଦନ୍ତ ଚଳାଇଛି ।