-
ଉଚ୍ଚସ୍ତରୀୟ ତଦନ୍ତ ଦାବୀ
ନୂଆପଡ଼ା, ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଚନାବେଡା ଗ୍ରାମ ପଂଚାୟତର ଚନାବେଡା ଗ୍ରାମ ଠାରେ ଗତ ୨୦୨୦ ମସିହାରେ ନୂତନ ଭାବରେ ନିର୍ମିତ ମାଁ ଓ ଶିଶୁ ଯତ୍ନକେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦ୍ବାରା ଉଦଘାଟିତ ହୋଇଥିଲା । ଗତ ଦେଢବର୍ଷ ହେଲା ଏହି ମା ଓ ଶିଶୁ ଯତ୍ନକେନ୍ଦ୍ରରେ ଖଡିଆଳ ଉପଖଣ୍ଡ ଚିକିତ୍ସାଳୟ ମଧ୍ୟ ଏକ ସଙ୍ଗେ ଚାଲୁ ଅଛି । ଚିକିତ୍ସାଳୟ ଉଦଘାଟନ ହୋଇ ଚାଳୁଥିଲେ ମଧ୍ୟ ବାଡ କାର୍ଯ୍ୟ ହୋଇନଥିଲା । ଗତ କେତେଦିନ ହେଲା ବାଡ କାର୍ଯ୍ୟ କରାଯାଉଛି । ହେଲେ ବାଡ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ନିମ୍ନମାନର ହେଉଥିବା ସ୍ଥାନୀୟ ଚନାବେଡା ଗ୍ରାମର ଲୋକମାନେ ପ୍ରକାଶ କରିଛନ୍ତି । ବାଡ କାର୍ଯ୍ୟରେ କମ ସିମେଣ୍ଟ ମିଶା ଯାଉଥିବାରୁ ସିମେଣ୍ଟ ଶୁଖିଲା ପରେ ମଧ୍ୟ ବାଡର ସିମେଣ୍ଟ ଉପୁଡ଼ି ଯାଉଥିବା ଦେଖିବାକୁ ମିଳିଛି । ଠିକାଦାର ଓ ଦାୟିତ୍ବରେ ଥିବା ଅଧିକାରୀ ମଧୁଚନ୍ଦ୍ରିକା ସାଜି ନିମ୍ନ ମାନର କାର୍ଯ୍ୟ କରୁଥିବା ଲୋକେ ଅଭିଯୋଗ କରିଛନ୍ତି । ଏହି ବାଡ କାର୍ଯ୍ୟର ତୁରନ୍ତ ତଦନ୍ତ ସହିତ ଦୋଶୀ ଠିକାଦାର ଓ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି । ନହେଲେ ଚନାବେଡା ପଂଚାୟତ ବାସୀ ଆନ୍ଦୋଳନ କରିବେ ବୋଲି ଚେତବନୀ ଦିଆଯାଇଛି ।
ଏ ବିଷୟରେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ଦୀନବନ୍ଧୁ ମହାନନ୍ଦଙ୍କୁ ଯୋଗାଯୋଗ କରାଯାଇଥିଲା । ହେଲେ ପ୍ରାୟ ସବୁ ସମୟରେ ତାଙ୍କର ମୋବାଇଲ ସୁଇଚ ଅଫ ରହୁଥିବାରୁ ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା ।