ସାନଖେମୁଣ୍ଡି: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ସମାଜ କଲ୍ୟାଣ ତଥା ସାମୁହିକ ବିକାଶ ସଂଲଗ୍ନ ଜନହିତକାରୀ ଯୋଜନା ପ୍ରଚଳନ କରାଯାଉଥିଲେ ମଧ୍ୟ ତୃଣମୂଳ ସ୍ତରରେ ଏହାର ଉପଯୋଗୀତା ନେଇ ବିତର୍କ ସୃଷ୍ଟି କରାଯାଉଅଛି। ଆବାସ ଯୋଜନା, ସାମାଜିକ ସୁରକ୍ଷା ଜନିତ ଭତ୍ତା ଯୋଜନା ସହିତ ଜାତୀୟ ଖାଦ୍ୟସୁରକ୍ଷା ଯୋଜନାରେ ସମୟ ସମୟରେ ପ୍ରକୃତ ହିତାଧିକାରୀ ଉପକୃତ ହେଉନଥିବା କାରଣରୁ ସଂପ୍ରତି ରାଜ୍ୟ ପ୍ରଶାସନ ସଜାଗ ହେଉଥିବା ଲକ୍ଷ କରାଯାଉଅଛି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ “ମୋ ସରକାର ” ତଥା S-ଟି ଯୋଜନା ଅନ୍ତର୍ଗତରେ ଅଧୁନା ଏହି ସମସ୍ୟା ଜନିତ ସମୀକ୍ଷାକୁ ଗୁରୁତ୍ୱ ଦିଆଯିବ ସହ ଯୋଜନାର ସଫଳତା ଓ ଏହାର ସୁବିସ୍ତୃତ ପହଞ୍ଚକୁ ନେଇ ପଞ୍ଚାୟତ ସ୍ତରୀୟ ସମୀକ୍ଷା କରାଯାଉଥିବା ଜଣାଯାଇଅଛି। ଏହି ଆଧାରରେ ସରକାରଙ୍କ ସତରଞ୍ଜି ବୈଠକରେ ସଫଳ ରୂପାୟନ ପାଇଁ ପ୍ରଶାସନ ତତ୍ପର ଥିବା ମନେ ହେଉଅଛି। ପଞ୍ଚାୟତ ସ୍ତରରେ ବ୍ଲକ ସ୍ତରୀୟ ଅଧିକାରୀଙ୍କ ଦ୍ଵାରା ସତରଞ୍ଜ ବୈଠକ କରାଯାଇ ସାଧାରଣ ହିତାଧିକାରୀଙ୍କୁ ଯୋଜନା ସମ୍ୱନ୍ଧରେ ଅବଗତ କରାଯିବା ସହ ପଡିରହିଥିବା ସମସ୍ୟା ଉପରେ ଆଲୋକପାତ କରାଯାଉଥିବା ଲକ୍ଷ କରାଯାଇଅଛି। ଏହି କ୍ରମରେ ଶନିବାର ସନ୍ଧ୍ୟାରେ ପୋଡାମାରି ପଞ୍ଚାୟତ ତରଫରୁ ଅୟୋଜିତ ସତରଞ୍ଜି ବୈଠକରେ ସାନଖେମୁଣ୍ଡି ବିଡିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକଙ୍କ ସହ ସଂଲଗ୍ନ ବ୍ଲକ ସ୍ତରୀୟ ଅଧିକାରୀ ଯୋଗଦେଇ ପଞ୍ଚାୟତର ମିଳିତ ସାଧାରଣ ବୈଠକକୁ ଯୋଜନା ସମ୍ୱନ୍ଧରେ ଅବଗତ କରାଇବା ସହ ଜନସାଧାରଣଙ୍କ ଦ୍ୱାରା ଆଗତ ଲବଣିଖିଆ ସ୍ମଶାନ ନିର୍ମାଣ, ପୁରାତନ ଚୈତନ୍ୟ ବିଦ୍ୟାପୀଠର ଭିତ୍ତିଭୂମିର ଉନ୍ନତି, ଶ୍ରେଣୀଗୃହ ନିର୍ମାଣ ସହିତ ପଡିରହିଥିବା ହିତାଧିକାରୀଙ୍କ ରାସନ କାର୍ଡ, ସାମାଜିକ ସୁରକ୍ଷା ଭତ୍ତା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିର୍ମାଣ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବିଷୋୟୀ ପରିଚାଳନା କରିଥିବା ବେଳେ ଗ୍ରାମ୍ୟ ମଙ୍ଗଳ ସମିତି ସଭାପତି ପ୍ରଭାକର ସାହୁ, ବୃଦ୍ଧିଜୀବୀ ଭାସ୍କର ପାଢ଼ୀ, ଚନ୍ଦ୍ର ଧୁଜ ସିଂ, ରାମେଶ୍ୱର ପାତ୍ର, ନୃସିଂହ ପାଢ଼ୀ, ଶତ୍ରୁଘନ ଜେନା, ନାଏବ ସରପଞ୍ଚ ବଳରାମ ସାହୁଙ୍କ ସହ ସମସ୍ତ ୱାର୍ଡସଭ୍ୟ ଅଂଶଗ୍ରହଣ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Related Stories
November 22, 2024