
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚା ପୁରୀ ତରଫରୁ ଜିଲ୍ଲା ଅରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ |ପୁରୀ ଟାଉନ ଥାନା ଅଞ୍ଚଳରେ ଗତ 23.1.2022 ରିଖରେ ଜଣେ ପାଞ୍ଚବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ହୋଇଥିଲା । ସେଥିପାଇଁ ଟାଉନ ଥାନା ରେ ନାବାଳିକା ପରିବାର ପକ୍ଷରୁ
ଅଭିଯୋଗ କରାଯାଇଥିଲା । ଦୀର୍ଘ ତିନିଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ କୁ ଗିରଫ କରିବାରେ ଟାଉନ ଥାନା ପୋଲିସ ବିଫଳ ହୋଇଛି । ଅଭିଯୁକ୍ତ ମହେଶ ମହାନ୍ତି ନାମକ ଯୁବକକୁ ଧରିପାରିନାହିଁ ।ତେଣୁ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପୁରୀ ଏହାକୁ ନିନ୍ଦା କରିବା ସହିତ ଅରକ୍ଷୀ ଅଧିକ୍ଷକଙ୍କୁ ଦାବୀପତ୍ର ପ୍ରଦାନ କରିଛି | ଅଭିଯୁକ୍ତକୁ 24 ଘଣ୍ଟା ମଧ୍ୟରେ ଗିରଫ କରାନଗଲେ ଏହି ଆନ୍ଦୋଳନ କୁ ଆଗାମୀ ଦିନରେ ତୀବ୍ର ରୁ ତୀବ୍ରତର କରାଯିଵା ସହିତ ପୁରୀ ସହର ସମସ୍ତ ରାଜରାସ୍ତା କୁ ମଧ୍ୟ ବନ୍ଦ କରାଯିବ ବୋଲି ମହିଳା ମୋର୍ଚ୍ଚା ଚେତାବନୀ ଦେଇଛି ।ବିକ୍ଷୋଭ ପ୍ରଦର୍ଶନରେ ବିଜେପି ନେତ୍ରୀ ରଞ୍ଜିତା ପାଢ଼ୀ,ଜୟଶ୍ରୀ ଦାଶ,ରାଜଲଷ୍ମୀ ଦାସ,ରାଜଶ୍ରୀ ଦୋରା,ମମତା ଦାଶ, ସବିତା ରାଣୀ ଏବଂ ମୋର୍ଚ୍ଚାର ଅନ୍ୟ ନେତ୍ରୀ ମାନେ ଉପସ୍ଥିତ ଥିଲେ |