
ଭୁବନେଶ୍ୱର, ଏମ୍ସ ଭୁବନେଶ୍ୱରରେ ୭୩ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। କୋଭିଡ ପ୍ରୋଟୋକଲ ମଧ୍ୟରେ ଏହି ଉତ୍ସବ ପାଳନ କରାଯାଇଛି। ଡିନ୍ (ଏକାଡେମିକ୍ସ୍) ଡ. ଦେବାଶିଷ ହୋତା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଡ. ହୋତା ଭାରତୀୟ ସମ୍ବିଧାନର ଗୁରୁତ୍ୱ ଏବଂ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ତୃଣମୂଳ ସ୍ତରରେ ଏହାର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଏମ୍ସ ଭୁବନେଶ୍ୱରର ଦନ୍ତ ଚିକିତ୍ସା ବିଭାଗ ଦ୍ୱାରା ପ୍ରସ୍ତୁତ ଦନ୍ତ ଚିକିତ୍ସା ବର୍ଷ ପୁସ୍ତିକା-୨୦୨୧ ଉନ୍ମୋଚିତ ହୋଇଥିଲା।
ଡେପୁଟି ଡାଇରେକ୍ଟର (ପ୍ରଶାସନ) ପି କେ ରାୟ ଏହି ଅବସରରେ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହିତ ଏମ୍ସ ଭୁବନେଶ୍ୱରକୁ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାକୁ ସମସ୍ତେ ନିଷ୍ଠାପରର ଉଦ୍ୟମ କରିବାକୁ ଆହ୍ବାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ୍ସ ଭୁବନେଶ୍ୱର ମେଡିକାଲ୍ ଅଧୀକ୍ଷକ ପ୍ରଫେସର (ଡ) ସଚ୍ଚିଦାନନ୍ଦ ମହାନ୍ତି, ଡିନ୍ (ପରୀକ୍ଷା) ଡ. ମନୋଜ କୁମାର ମହାନ୍ତି, ଡିନ୍ (ଗବେଷଣା) ଡ. ବିନୋଦ କୁମାର ପାତ୍ରୋ, ପିଆର୍ ସେଲ୍ ମୁଖ୍ୟ ଡ. ପ୍ରଭାସ ରଂଜନ ତ୍ରିପାଠୀ, ନର୍ସିଂ କଲେଜ୍ ଅଧ୍ୟକ୍ଷା ଡ. ଆଶା ପି ସେଟ୍ଟୀ, ଆର୍ଥିକ ପରାମର୍ଶଦାତା ପ୍ରମୋଦ କୁମାର ସାହୁ ଏବଂ ଇନ୍-ଚାର୍ଜ ଏସ୍ଇ ଚିତ୍ତ ରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଶାସନିକ ଅଧିକାରୀ ଦିଲୀପ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO