– ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ଓଡିଶା ଭୂମିହିନ ପ୍ରଜା ସମିତି ଦ୍ୱାରା ଚାଲିଥିଲା ନିରନ୍ତର ଆନେ୍ଦାଳନ
ଢେଙ୍କାନାଳ – ଓଡିଶା ଭୂମିହିନ ପ୍ରଜା ସମିତି ରାଜ୍ୟ ସଭାପତି ଇଂ. ଦେବାଶିଷ ହୋତାଙ୍କର ନିରନ୍ତର ଆନେ୍ଦାଳନ ପରେ ଟାଉନ୍ମାନଙ୍କରେ ରହୁଥିବା ଢେଙ୍କାନାଳ ଜିଲ୍ଲାର ୨ ହଜାର ୯୭୯ ଜଣ ଏବଂ ଅନୁଗୁଳ ଜିଲ୍ଲାର ୪୨୭ ଜଣ ଭୂମିହୀନଙ୍କୁ ଘରଡିହ ପଟ୍ଟା ମିଳିପାରିଛି । କିନ୍ତୁ ଏହି ପଟ୍ଟାଗୁଡିକରେ ଜାଣିଶୁଣି “ଜାତି” ଲେଖାଯାଇନାହିଁ ।
ଏଥିରେ ଢେଙ୍କାନାଳ ମୁ୍ୟନିସିପାଲିଟିର ୨୨୮୨ ଜଣ, ଭୁବନ ଏନ୍ଏସିର ୪୭୮ ଜଣ, କାମାକ୍ଷାନଗର ଏନ୍ଏସିର ୧୪୪ ଜଣ, ହିନେ୍ଦାଳ ଏନ୍ଏସିର ୭୫ ଜଣ ଏବଂ ଅନୁଗୁଳ ମୁ୍ୟନିସିପାଲିଟିର ୨୫୭ ଜଣ, ତାଳଚେର ମୁ୍ୟନିସିପାଲିଟିର ୧୧୬ ଜଣ ଓ ଆଠମଲ୍ଲିକ ଏନ୍ଏସିର ୫୪ ଜଣ ଭୂମିହୀନ ଅନ୍ତର୍ଭୁକ୍ତ ।
ଏଠାରେ ସୂଚନାଯୋଗ୍ୟ ଯେ, ଇଂ. ହୋତାଙ୍କ ଉଦ୍ୟମ ବଳରେ ପୂର୍ବରୁ ଢେଙ୍କାନାଳ ଜିଲ୍ଲାର ଗାଁମାନଙ୍କରେ ରହୁଥିବା ୩୮ ହଜାର ୮୫୯ ଜଣ ଭୂମିହୀନଙ୍କୁ ଗୁଣ୍ଠିକିଆ ଘରଡିହ ପଟ୍ଟା ମିଳିସାରିଛିି । ଏପରିକି ଭୂମିହିନଙ୍କ ହକ୍ ଦାବିପାଇଁ ଗଣତାନ୍ତ୍ରିକ ଆନେ୍ଦାଳନ କରିବାରୁ ଗତ ୨୭ ଡିସେମ୍ବର ୨୦୧୬ ଦିନ କାମାକ୍ଷାନଗର ଯାଉଥିବା ଇଂ. ହୋତାଙ୍କୁ ଖଟୁଆହତାଠାରେ ଗିରଫ କରାଯିବାର ଖବର ପାଇବା ପରେ ହଜାର ହଜାର ସମର୍ଥକ ଚାଲି ଚାଲି ଆସି ସେଠାରେ ପହଂଚି ଯାଇଥିଲେ ଏବଂ ତା ପରେ ନିରୀହ ଭୂମିହିନଙ୍କ ଉପରେ ପୋଲିସ୍ ଅନ୍ୟାୟ ଭାବେ ଲାଠିଚାଳନା କରିଥିଲା ।
୨୦୧୫ ମାର୍ଚ୍ଚରୁ ସମିତି ଭୂବନେଶ୍ୱର, କଟକ, ବଲାଙ୍ଗିର, ଅନୁଗୁଳ ଏବଂ ଢେଙ୍କାନାଳର ଉଭୟ ଟାଉନ୍ ଏବଂ ଗାଁମାନଙ୍କରେ ରହୁଥିବା ଭୂମିହୀନମାନଙ୍କୁ ଘରଡିହ ପଟ୍ଟା ପ୍ରଦାନ କରିବା ଦାବିରେ ଜୋର୍ଦାର୍ ଆନେ୍ଦାଳନ ଜାରିରଖିଛି । ଟାଉନ୍ରେ ରହୁଥିବା ଭୂମିହୀନମାନଙ୍କୁ ଘରଡିହ ପଟ୍ଟା ପ୍ରଦାନ କରିବାକୁ ଗତ ୮ ଅଗଷ୍ଟ ୨୦୧୭ ଦିନ କ୍ୟାବିନେଟ୍ ମଂଜୁରୀ ଦେଇଥିଲେ ମଧ୍ୟ ଭୂମିହିନ ପ୍ରଜାଙ୍କୁ ଘରଡିହ ପଟ୍ଟା ପ୍ରଦାନ କରା ନ ଯିବାରୁ ଗତ ୨୦ ମାର୍ଚ୍ଚ ୨୦୧୮, ୭ ମଇ, ୨୧ ମଇ ଏବଂ ୨୨ ଜୁଲାଇ ୨୦୧୯ ରେ ଇଂ. ହୋତା ନିଜର ୨୦ ହଜାର ଲେଖାଁ ସମର୍ଥକଙ୍କୁ ଧରି ଦାବିପୂରଣ ହେବା ଯାଏ ଆନେ୍ଦାଳନ କରିଥିଲେ ।
ଏତିକିରେ ମୁଁ ସନ୍ତୁଷ୍ଟ ନୁହେଁ । ଏବେ ମୋତେ ୪୧ ବର୍ଷ ଚାଲୁଛି । ମୋର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମୋର ଆନେ୍ଦାଳନ ଜାରିରହିବ । ଟାଭନ୍ ଏବଂ ଗାଁର ସମସ୍ତ ଭୂମିହୀନଙ୍କୁ ଘରଡିହ ପଟ୍ଟା ପ୍ରଦାନ କରାଯିବା,
ଉକ୍ତ ପଟ୍ଟାଗୁଡିକରେ “ଜାତି” ଲେଖାଯିବା, ସରକାରୀ କର୍ମଚାରୀମାନଙ୍କର ଭୁଲ୍ଯୋଗୁଁ ଜାତି ସ୍ଥାନରେ ଲେଖାଯାଇଥିବା ସଅରକୁ ସଂଶୋଧନ କରାଯାଇ ଶବର ଲେଖାଯିବା , କାପୁଡିଆମାନଙ୍କୁ ନ୍ୟାୟ ପ୍ରଦାନ କରାଯିବା, କାମାକ୍ଷାନଗର ଏନ୍.ଏ.ସି.ର ଜଙ୍ଗଲ କିସମରେ ରହୁଥିବା ଭୂମିହୀନମାନଙ୍କୁ ଓଟିଏଫ୍୍ଡି (ଏଫ୍ଆର୍ଏ)-୨୦୦୬ ନିୟମ ଅନୁସାରେ ପଟ୍ଟା ଦିଆଯିବା ଏବଂ ଏଫ୍ଆର୍ଏ-୨୦୦୬ ଅନୁଯାୟୀ ସମସ୍ତ ଏସ୍.ସି. ଏବଂ ଏସ୍.ଟି. ଗରିବ ଲୋକଙ୍କୁ ଜଙ୍ଗଲ ଜମି ଅଧିକାର ପଟ୍ଟା ପ୍ରଦାନ କରାଯିବା ଇତ୍ୟାଦି ନ୍ୟାଯ୍ୟ ଦାବିଗୁଡିକ ପୂରଣ ନ ହେବା ଯାଏଁ ବୋଧ ହୁଏ ମୁଁ ମରିପାରିବି ନାହିଁ ଏବଂ ମୋର ଆନେ୍ଦାଳନ ଚାଲୁରହିବ ବୋଲି ଇତ୍ୟବସରରେ ଇଂ. ହୋତା ଭାବବିହ୍ୱଳ ହୋଇ ପ୍ରକାଶ କରିଛନ୍ତି ।