ଭୁବନେଶ୍ୱର, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।ଏହି ଉପଲକ୍ଷେ ଗତକାଲି ସକାଳେ ରାଜ୍ୟ ଅଫିସ ପ୍ରାଙ୍ଗଣରେସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ଜାତୀୟ ପତାକା ଉତୋଳନ କରି ଆମ ଦେଶର ସମ୍ବିଧାନ, ସାର୍ବଭୌମତ୍ୱ, ସଂସଦୀୟ ଗଣତନ୍ତ୍ର ଓ ଧର୍ମନିରପେକ୍ଷତାକୁ ରକ୍ଷା କରିବା ପାଇଁ ସାମ୍ପ୍ରଦାୟିକ ଫାସିବାଦୀ ଶକ୍ତି ବିରୋଧରେ ସମସ୍ତ ବାମପନ୍ଥୀ, ଗଣତାନ୍ତ୍ରିକ ଓ ଧର୍ମ ନିରପେକ୍ଷ ଶକ୍ତି ଐକ୍ୟବଦ୍ଧ ହେବା ପାଇଁ ଆହ୍ୱାନ ଦେଇଥିଲେ ।
ଏହି ସମାରୋହରେ ସିପିଆଇ ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଦିବାକର ନାୟକ, ରାମକୃଷ୍ଣ ପଣ୍ଡା ଓ ଜୋନ ସମ୍ପାଦକ ସୁର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।